ଭୁବନେଶ୍ବର ୩୧।୭: ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଆକାଉଣ୍ଟକୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଦୂତିବାସ ରାଉତ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ସୁଭଦ୍ରା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ଷ୍ଟିୟରିଂ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ କରି ଯୋଡାଯିବାକୁ ନେଇ ବି ବୈଠକରେ ଆଲୋଚନା ହୋଇଛି । ଲୋକଙ୍କ ଫିଡ୍ ବ୍ୟାକ୍ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସୁଭଦ୍ରା ଅର୍ଥ ମହିଳା ମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିୟରିଂ କମିଟିରେ ନିଷ୍ପତ୍ତି । ଏହାସହ ୨୧ ବର୍ଷ ବୟସ୍କା ନୂଆ କରି ସାମିଲ ହେବେ ଓ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିଲେ ଯୋଜନାରୁ ବାଦ୍ ପଡ଼ିବେ ।
You Can Read:
ପୁରୀ ଶରଧାବାଲି ଦଳାଚକଟା ଘଟଣା : ଜୁଲାଇ ୩୦ସୁଦ୍ଧା ଶୁଣାଣି ଶେଷ, ଗୁରୁବାର ରିପୋର୍ଟ ଦେଇପାରନ୍ତି ଉନ୍ନୟନ କମିଶନର