ଭୁବନେଶ୍ବର ୬।୬: ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ରାଜ୍ୟ ସରକାରଙ୍କ ୭ଟି ବିଭାଗରେ ନିଯୁକ୍ତି ପାଇଥିବା ବିଭିନ୍ନ ବର୍ଗର ଯୁବକ ଯୁବତୀଙ୍କୁ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର । ଗଣଶିକ୍ଷା ବିଭାଗର ସର୍ବାଧିକ ୮୨୪ ଜଣ ଯୁବକ-ଯୁବତୀ ପାଇଛନ୍ତି ଚାକିରି ସେହିପରି ସ୍ବାସ୍ଥ୍ୟ ବିଭାଗ ୨୨୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ୮୧ ଜଣ ବାଣିଜ୍ୟ ଓ ପରିବହନରେ ୬୩ଜଣ ପ୍ରାର୍ଥୀଙ୍କୁ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର ।
ଗଣଶିକ୍ଷା ବିଭାଗରେ ସର୍ବାଧିକ ୮୨୪ ଜଣ ନିଯୁକ୍ତି ପାଇଛନ୍ତି ବ୍ୟକ୍ତିଗତ ଭାବେ ମନ୍ତ୍ରୀ ନିଜର ଖୁସି ଜାହିର କରିଛନ୍ତି । ଏଯାଏଁ ବିଭାଗରେ ୨୦ ହଜାର ନିଯୁକ୍ତି ଦେଇସାରିଲୁଣି ଶିକ୍ଷା ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି ଆଗ ଅପେକ୍ଷା ଏବେ ଶିକ୍ଷାର ଗୁଣାତ୍ମକ ମାନ ବଢିଛି । ଆମେ ଏହାକୁ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛି । ନିଯୁକ୍ତି ପାଇଥିବା ଯୁବକ ଯୁବତୀ ମାନେ ଚାକିରି ପାଇଁ ବେଶ ଖୁସି ଜାହିର କରିବା ସହ କିଏ ମା’-ବାପାଙ୍କ ସ୍ବପ୍ନକୁ ସାକାର କରିଛି ତ ଆଉ କିଏ ନିଜ ସଂଘର୍ଷ କଥା କହିଛି ।
ଆଗରୁ ଗୋଟିଏ ଶିକ୍ଷକରେ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଚାଲିଥିଲା ଏବେ ବଦଳିଛି ସ୍ଥିତି । ଶିକ୍ଷା ଭିତ୍ତିଭୂମିକୁ ସୃଦୁଢ କରିବା ପାଇଁ ଆନ୍ଧ୍ରପ୍ରଦେଶ ଢାଞ୍ଚାରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବା ଦରକାର ବୋଲି ପୂର୍ବ ସରକାରକୁ ଆମେ ପ୍ରସ୍ତାବ ଦେଇଥିଲୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ୭ହଜାର ଗୋଦାବରିଶ ଆଦର୍ଶ ବିଦ୍ୟାଳୟ ଆମ ସରକାର ନିର୍ମାଣ କରୁଛନ୍ତି ଆସନ୍ତା ୧୨ରେ ଉଦଘାଟନ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗକୁ ଘରୋଇ ବିଦ୍ୟାଳୟର ପିଲା ସରକାରୀ ସ୍କୁଲରେ ପାଠ ପଢ଼ାଇବେ । ରେଜଲ୍ଟ ଶହେ ଶହେରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଯୁକ୍ତି ମେଳାରେ କହିଛନ୍ତି ।
You Can Read: