ଏମ୍‌ସିଏଲ୍ ଚିଫ୍ ମ୍ୟାନେଜରଙ୍କୁ ଉଠାଇନେଲା ସିବିଆଇ, ବିସ୍ଥାପିତଙ୍କ ଠାରୁ ନେଉଥିଲେ ୨୦ହଜାର ଟଙ୍କା ଲାଞ୍ଚ

Published By : Prameya-News7 Bureau | July 10, 2025 IST

ଭୁବନେଶ୍ବର୧୦।୭: ସିବିଆଇ ଜାଲରେ MCL ଚିଫ୍ ମ୍ୟାନେଜର । ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି । ପବିସ୍ଥାପିତଙ୍କୁ ମାଗିଥିଲେ ୪୦ ହଜାର ଟଙ୍କା ।

ସୂଚନାଯୋଗ୍ୟ ଯେ, MCL ଚିଫ୍ ମ୍ୟାନେଜର ଅଖିଳେଶ କୁମାର ବର୍ମାଙ୍କୁ ସିବିଆଇ ଉଠାଇ ନେଇଛି । ଜଣେ ବିସ୍ଥାପିତଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅଖିଳେଶଙ୍କୁ ମାଡ଼ି ବସିଛି ସିବିଆଇ । ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଅଖିଳେଶ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବ୍ୟକ୍ତି ଜଣଙ୍କ ୨୦ ହଜାର ଦେବା ବେଳେ ଅଖିଳେଶ ମାଡ଼ି ବସିଥିଲେ ସିବିଆଇ ଅଧିକାରୀ । ଅଖିଳେଶ ବର୍ମାଙ୍କୁ ଉଠାଇ ନେଇ ଭୁବନେଶ୍ବର ଅଫିସ୍‌ରେ CBI ଟିମ୍‌ ପଚରାଉଚରା କରୁଥିବା ସୂଚନା ମିଳିଛି । 

You Can Read:

ଅବକାରୀ ବିଭାଗ ଚେକିଂ ବେଳେ ମିଳିଲା ବିପୁଳ ପରିମାଣର ରୁପା, ସିକ୍ରେଟ୍ ଚାମ୍ବରରେ ହେଉଥିଲା ଚାଲାଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.