LIVE TV

ଦିଲ୍ଲୀ ଯିବେ ୧୦ ହଜାର କଂଗ୍ରେସ କର୍ମୀ, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯାନରେ ହେବେ ସାମିଲ

NEWS7
chhattisgarh-chief-minister-skips-g20-dinner-citing-air-restrictions-what-centre-says

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯାନରେ ସାମିଲ ହେବାକୁ ରାଜ୍ୟରୁ ଦିଲ୍ଲୀ ଯିବେ ୧୦ ହଜାର କଂଗ୍ରେସ କର୍ମୀ। ଡିସେମ୍ବର୍ ୧୪ ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା ଏହି ବିଶାଳ ରାଲିରେ ଭାଗ ନେଇ କେନ୍ଦ୍ର ସରକାର ବିରୋଧୀ ନାରା ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ।

ରବିବାର ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲା ସଭାପତି ବୈଠକ ପରେ ଏହି ପ୍ରତିକ୍ରିୟା ରଖିଛନ୍ତି। ଏହାଛଡ଼ା ଜିଲ୍ଲା, ବ୍ଲକ୍ ସଂଗଠନ ପୁନଃ ଗଠନ କରିବା ପାଇଁ ଆଲୋଚନା ହୋଇଥିବା କହିଛନ୍ତି ପ୍ରଭାରୀ।

ଏହି ସମୟରେ ପ୍ରତିକ୍ରିୟା ରଖି ଅଜୟ ଲଲୁ କହିଛନ୍ତି, ଦଳକୁ ଆହୁରି ମଜଭୁତ କରାଯିବ। ୨୦୨୯ରେ କଂଗ୍ରେସ ସରକାର କରିବ। ବିଜେଡି ସମାପ୍ତ ହେବ। କେନ୍ଦ୍ର ତଥା ରାଜ୍ୟରେ ଚାଲିଥିବା ବେରୋଜଗାରୀ, ଭ୍ରଷ୍ଟାଚାରକୁ ମୁଦ୍ଦା କରି ସରକାର ବିରୋଧରେ ଲଢେ଼ଇ କରିବ କଂଗ୍ରେସ ବୋଲି କହିଛନ୍ତି ଅଜୟ ଲଲୁ।