ନାରାୟଣପୁର-ଦାନ୍ତେଓ୍ବାଡା ସୀମାନ୍ତରେ ଏନକାଉଣ୍ଟର; ପୋଲିସ ଗୁଳିରେ ୭ ମାଓବାଦୀ ମୃତ

Published By : Prameya-News7 Bureau | June 08, 2024 IST

ରାୟପୁର: ଛତିଶଗଡ଼ରେ ଏନକାଉଣ୍ଟର । ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ନାରାୟଣପୁର-ଦାନ୍ତେଓ୍ବାଡାର ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଛି । ଡିଆରଜି ପୋଲିସର ଏନକାଉଣ୍ଟରରେ ୭ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ସେହିପରି ଏହି ଗୁଳି ବିନିମୟରେ ୩ଜଣ ଯବାନ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

ସୂଚନା ଅନୁଯାୟୀ, ଜୁନ୍ ୭ ତାରିଖରେ ଛତିଶଗଡ଼ର କୋଣ୍ଡାଗାଓ, ଦାନ୍ତେଓ୍ବାଡ଼ା, ଜଗଦଲପୁର ଜିଲ୍ଲାର ଡିଆରଜି ଏବଂ ୪୫ତମ ବାଟାଲିୟନର ଯବାନ ଓ  ପୂର୍ବ ବସ୍ତର ଡିଭିଜନର ମାଓବାଦୀ ମୁହାଁମୁହିଁ ହୋଇଥିଲେ । ମୁଙ୍ଗେଡି ଗୋବେଲ କ୍ଷେତ୍ରରେ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ଦେଖି ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହାର ଜବାବରେ ପାଲଟା ଆକ୍ରମଣ କରିଥିଲା ଡିଆରଜି । ତେବେ ଏହି ଏନକାଉଣ୍ଟରେ ୭ଜଣ ନକ୍ସଲ ନିହତ ହୋଇଛନ୍ତି ।  




ପୋଲିସ ସୂଚନା ମୁତାବକ, ସୁରକ୍ଷାବଳ ଗୁରୁବାର ରାତିରେ ନକ୍ସଲଙ୍କ ବିରୋଧ ଅଭିଯାନ ଚଳାଇଥିଲା । ନାରାୟଣପୁର, ଦାନ୍ତେଓ୍ବାଡା ଏବଂ କୋଣ୍ଡାଗାଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କୁମ୍ବିଂ ଅପରେସନ ଚଳାଇଥିଲା । ଏହି ଏନକାଉଣ୍ଟର ପରେ ଏବେ ବି ସ୍ଥାନ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.