ଭାରତୀୟ ଟି-୨୦ ଟିମ୍‌ରେ କାହିଁକି ନାହାନ୍ତି ବ୍ୟାକ୍‌ଅପ୍ ଖେଳାଳି ? ଜାଣନ୍ତୁ ବିସିସିଆଇ ସଚିବ କ'ଣ କହିଲେ

NEWS7
chhatisa-nijog-meeting-to-be-held-on-10th-december

ନୂଆଦିଲ୍ଲୀ: ବିସିସିଆଇ ଶନିବାର ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଘୋଷଣା କରିଛି । ତେବେ ଆଜିର ଘୋଷଣାରେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଥିଲା କୌଣସି ରିଜର୍ଭ ଖେଳାଳି ନରଖିବା । ବିସିସିଆଇ କୌଣସି ରିଜର୍ଭ କିମ୍ବା ଷ୍ଟାଣ୍ଡବାଏ ଖେଳାଳିଙ୍କୁ ରଖିନାହିଁ । ୨୦୨୪ ଟି-୨୦ ବିଶ୍ୱକପ୍ ସମୟରେ ଭାରତ ମୁଖ୍ୟ ଦଳ ସହିତ ବ୍ୟାକଅପ୍ ଖେଳାଳିମାନଙ୍କୁ ସାମିଲ କରାଯାଇଥିଲା ।

ପୂର୍ବ ସଂସ୍କରଣରେ ଟିମ୍ ଇଣ୍ଡିଆ ଶୁଭମନ ଗିଲ, ରିଙ୍କୁ ସିଂହ, ଖଲିଲ ଅହମ୍ମଦ ଏବଂ ଆଭେଶ ଖାନଙ୍କ ପରି ରିଜର୍ଭ ଖେଳାଳିଙ୍କୁ ସ୍ଥାନ ଦେଇଥିଲା । ଏକ ପ୍ରମୁଖ ଆଇସିସି ଇଭେଣ୍ଟ ପାଇଁ ରିଜର୍ଭ ଖେଳାଳିଙ୍କ ଅନୁପସ୍ଥିତିକୁ ନେଇ ବଡ଼ ପ୍ରଶ୍ନ ଉଠିଥିବା ବେଳେ ବିସିସିଆଇ ଦେଇ ସ୍ପଷ୍ଟୀକରଣ ।

ଦଳ ଘୋଷଣା ବେଳେ ବିସିସିଆଇ ସଚିବ ଦେବଜିତ୍ ସାଇକିଆ ବୋର୍ଡର ଚିନ୍ତାଧାରା ସ୍ପଷ୍ଟ କରିଥିଲେ । ତାଙ୍କ ଅନୁସାରେ, ଟୁର୍ଣ୍ଣାମେଣ୍ଟର ଆୟୋଜନ ସ୍ଥାନ ନିଷ୍ପତ୍ତି ନେବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ୨୦୨୬ରେ ଭାରତ ଏବଂ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେଉଛି, ଏହି କାରଣରୁ ବିସିସିଆଇର ମତ ଯେ ଆବଶ୍ୟକତା ପଡ଼ିଲେ ଖେଳାଳିମାନଙ୍କୁ ଶୀଘ୍ର ବ୍ୟବସ୍ଥା କରାଯାଇପାରିବ । ଦୀର୍ଘ ଯାତ୍ରା ସମୟ, ଭିସା ଏବଂ କ୍ୱାରାଣ୍ଟାଇନ୍ ଲଜିଷ୍ଟିକ୍ସ ଆବଶ୍ୟକ କରୁଥିବା ବିଦେଶୀ ଟୁର୍ଣ୍ଣାମେଣ୍ଟ ପରି ଏହା ନୁହେଁ, ଘରୋଇ ଇଭେଣ୍ଟ ସମୟରେ ଖେଳାଳିଙ୍କ ଗତିବିଧି ଯଥେଷ୍ଟ ସହଜ ।

ସାଇକିଆ କହିଥିଲେ, "ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦେଶରେ ହେଉଥିବାରୁ କୌଣସି ଷ୍ଟାଣ୍ଡବାଏ ନାହିଁ ଏବଂ ଆମେ ଯେକୌଣସି ସମୟରେ ଯେକୌଣସି ଖେଳାଳିଙ୍କୁ ବଦଳାଇ ପାରିବୁ ।" ସାଧାରଣତଃ ବିଦେଶୀ ଟୁର୍ଣ୍ଣାମେଣ୍ଟ ସମୟରେ ତୁରନ୍ତ ଉପଲବ୍ଧି ପାଇଁ ଷ୍ଟାଣ୍ଡବାଏ ଖେଳାଳିମାନଙ୍କୁ ନିଆଯାଏ । ଘରୋଇ କମ୍ୱା ଉପମହାଦେଶୀୟରେ ଏହି ଅସୁବିଧା ହୁଏ ନାହିଁ । ଖେଳାଳିମାନଙ୍କୁ ବିନା କୌଣସି ବାଧାରେ ତୁରନ୍ତ ବଦଳା ଯାଇପାରିବ ।

୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତର ଦଳ

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଉଇକେଟ୍ କିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ ଅଧିନାୟକ), ରିଙ୍କୁ ସିଂ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର, ଇଶାନ କିଷନ