ଲାଞ୍ଜିବେର୍ଣ୍ଣା କଲେଜ ଛାତ୍ରୀ ପ୍ରାଣ ହରାଇବା ଘଟଣା, କହିଲେ ଆଶ୍ଚର୍ଯ୍ୟ କରୁଛି ସରକାରଙ୍କ ନିଷ୍କ୍ରିୟତା

NEWS7
chhaba-performed-well-before-release

ରାଜଗାଙ୍ଗପୁର ୦୯/୧୨: ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣ ହରାଇବା ଘଟଣାକୁ ନେଇ ରାଜନୀତି ତେଜିଲା । ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

 

ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ? ଓଡ଼ିଶାରେ ବଢୁଥିବା ଏହିପରି ଘଟଣାକୁ ରୋକିବା ଦିଗରେ ସରକାରଙ୍କ ଉଦାସୀନତା ଅପରାଧୀଙ୍କ ସାହସ ବଢ଼ାଉଛି। ଲୋକେ ଅସୁରକ୍ଷିତ ହେଉଛନ୍ତି, ଅପରାଧୀମାନେ ଖୁଲମଖୋଲା ବୁଲୁଛନ୍ତି। ସରକାର ସୁରକ୍ଷା କାହାକୁ ଦେଉଛନ୍ତି? ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ଦିଗରେ ସରକାର କଠୋର ହୁଅନ୍ତୁ। ଲୋକଙ୍କୁ ନ୍ୟାୟ ମିଳୁ, ଅପରାଧୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସୂଚନା ଥାଉକି, ୨ ଦିନର ସଂଘର୍ଷ ପରେ ଆଖିବୁଜିଥିଲେ ରାଜଗାଙ୍ଗପୁରର ଛାତ୍ରୀ । ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁକ୍ତ ୩ ଛାତ୍ରୀ ରାଉରକେଲା ହସପିଟାଲରେ ପ୍ରାଣ ହରାଇଥିଲେ । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିଲା । ଛାତ୍ରୀ ମୃତ୍ୟୁ ଅନେକ ପ୍ରଶ୍ନ ଛାଡ଼ିଯାଇଛି । ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ମାନସିକ ନିର୍ଯାତନା ସହିନପାରି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ ।