ଲକ୍ଷ୍ନୌ: ଅଟଳ ବିହାରୀ ବାଜପାୟୀ ଏକାନ୍ନା କ୍ରିକେଟ ଷ୍ଟାଡିୟମ୍ରେ ଥାଲାଙ୍କ ବିସ୍ଫୋରକ ବ୍ୟାଟିଂ। ୯ ବଲ୍ରେ ୨୮ ରନ୍ କରି ଚେନ୍ନାଇର ସ୍କୋରକୁ ୧୭୬ ପର୍ଯ୍ୟନ୍ତ ପହଞ୍ଚାଇଲେ ମହେନ୍ଦ୍ର ସିଂହ ଧୋନୀ।
ଆଇପିଏଲ୍ର ୩୪ ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଂ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ଏଥିରେ ଚେନ୍ନାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଛି। ଲକ୍ଷ୍ନୌକୁ ମ୍ୟାଚ୍ ଜିତିବାକୁ ହେଲେ ୧୭୭ ରନ୍ କରିବାକୁ ହେବ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ଦ୍ୱିତୀୟ ଓଭରରେ ୱିକେଟ୍ ହରାଇଥିଲା। ଏଥର ବି ଫ୍ଲପ୍ ମାରିଥିଲେ ରଚିନ ରବିନ୍ଦ୍ରନ(୦)। ଏହାପରେ ରୁତୁରାଜ ଗାଇକ୍ୱାଡ଼,ଶିବମ ଦୁବେ, ସମୀର ରିଜୱୀ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ମୋଇନ ଅଲ୍ଲୀ ରବିନ୍ଦ୍ର ଜାଡ଼େଜାଙ୍କ ସହ ମିଶି କିଛି ସମୟ ପର୍ଯ୍ୟନ୍ତ ଦଳର ବ୍ୟାଟିଂ ଲାଇନ୍ ସମ୍ଭାଳିଥିଲେ।
ପଢ଼ନ୍ତୁ-ଜୟପୁର ୱାକ୍ସ ମ୍ୟୁଜିୟମରେ ଲାଗିଲା କୋହଲିଙ୍କ ମହମ ପ୍ରତିମୂର୍ତ୍ତି, ଦେଖନ୍ତୁ ଏହାର କିଛି ଚିତ୍ର…
ଶେଷ ବେଳକୁ ମହେନ୍ଦ୍ର ସିଂହ ଧୋନୀ ବଡ଼ ଶଟ୍ ମାରିବାକୁ ଚେଷ୍ଟା କରି ମାତ୍ର ୯ ବଲ୍ରେ ୨୮ ରନ୍ କରିଥିଲେ। ଯେଉଁଥିରେ ଦୁଇଟି ଛକ୍କା ଓ ତିନିଟି ଚୌକା ରହିଛି। ସେହିପରି ରବିନ୍ଦ୍ର ଜାଡ଼େଜା ସର୍ବାଧିକ ୫୭, ଅଜିଙ୍କ୍ୟ ରାହାଣେ ୩୬ ଓ ମୋଇନ ଅଲି ୩୦ ରନ୍ କରିଥିଲେ।
ଅନ୍ୟପଟେ ଲକ୍ଷ୍ନୌ ବୋଲରମାନେ ଆଜି ଚେନ୍ନାଇ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଦଳ ପକ୍ଷରୁ କୃଣାଲ ପଣ୍ଡ୍ୟା ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ମୋଶିନ ଖାନ୍, ୟସ ଠାକୁର, ରବି ବିଷ୍ଣୋଇ ମାର୍କ୍ସ ଷ୍ଟୋଇନିସ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ମାଟ୍ଟ ହେନ୍ରୀ ୱିକେଟ୍ ନେବାରେ ବିଫଳ ହୋଇଥିଲେ।