ମେ' ୨୭ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 27, 2024 IST

ମେଷ- ଦିନରେ ଅର୍ଥ ସଞ୍ଚୟ କରିବେ । ସ୍ବାସ୍ଥ୍ୟାବସ୍ଥା ଭଲ ରହିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ଭ୍ରମଣର ଯୋଗ ରହିଛି ।  ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଦିନଟି ଭଲ ହେବ । ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ବୃଷ- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ସାମାନ୍ୟ ମତଭେଦ ସୃଷ୍ଟି ହେବ । ପରିବାର ସହ କିଛି ସ୍ମରଣୀୟ ସମୟ ଅତିବାହିତ କରିବେ । ବ୍ୟବସାୟ ଆଗକୁ ବଢିବ । ବନ୍ଧୁଙ୍କ ସହ ସାକ୍ଷାତକାର କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ- ଜମିବାଡ଼ି ସମ୍ବର୍ଦ୍ଧିତ କାର୍ଯ୍ୟ ହୋଇପାରେ । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଜ କାର୍ଯ୍ୟ ନିଜେ କରନ୍ତୁ । ଯାନବାହାନରେ ସତର୍କତା ଅବଲମ୍ବନ କଲେ ଭଲ । ବିଦ୍ୟାର୍ଥୀ ମାନେ ଆଶାବାଦୀ ହେବେ ।

କର୍କଟ- ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ । ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । ଚାକିରି କ୍ଷେତ୍ରରେ ନୂତନ ପଦବୀ ମିଳିପାରେ ।

ସିଂହ- ଭ୍ରମଣ ଯାତ୍ରାରେ ଟଙ୍କା ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ ବିତର୍କ ହୋଇପାରେ । ଅତିଥିମାନେ ଘରକୁ ଆସିବେ । ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ । ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବା ନାହିଁ ।

କନ୍ୟା- ବ୍ୟବସାୟ ସମ୍ବର୍ଦ୍ଧିତ ଯାତ୍ରା କରିପାରନ୍ତି । ଶାରୀରିକ ଓ ମାନସିକ ସ୍ଥିତି ଠିକ ରହିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମିଳିବ । ମାଲିମୋକଦ୍ଦମାରେ ବିଜୟ ହାସଲ କରିବେ । ଉଧାର ଦିଅନ୍ତୁ ନାହିଁ। ଉତ୍ତମ ଆୟ ଯୋଗ ରହିଛି  ।

ତୁଳା- ନିବେଶରୁ ଧନ ପ୍ରାପ୍ତି ହେବ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇପାରେ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ଲାଗି ଚେଷ୍ଟିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମ କ୍ଷେତ୍ରରେ ଜଗି ରଖି କାର୍ଯ୍ୟ କରନ୍ତୁ ।

ବିଛା- ସ୍ବାସ୍ଥ୍ୟାବସ୍ଥାର ଯତ୍ନ ନିଅନ୍ତୁ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଉଚ୍ଚ ସ୍ଥାନରୁ ସମ୍ମାନ ପାଇବେ ।ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ସରକାରୀ ଯୋଜନରୁ ଲାଭ ପାଇବେ । 

ଧନୁ- ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଅଫିସରେ ଦିନଟି ଭଲ ହେବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ବାହାରେ ଖାଦ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ । ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ ।

ମକର- ନୂତନ ଚାକିରିର ଯୋଗ ରହିଛି । ଭ୍ରମଣରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ନୂତନ ଆଶା ଦେଖାଦେବ ।କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଆତ୍ମ ସନ୍ତୋଷ ଲାଭ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।

କୁମ୍ଭ- ସୌଭାଗ୍ୟବାନ ହେବେ । ଆର୍ଥିକ ସଙ୍କଟ ଦୂର ହେବ । ଭ୍ରମଣ ଯୋଗୁଁ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ। ଚାକିରିରେ ବଦଳି ଯୋଗ ମଧ୍ୟ ରହିଛି । ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଉତ୍ତମ ଫଳ ପ୍ରଦାନ କରିବ । 

ମୀନ- ଅର୍ଥ ଲାଭରର ଯଥେଷ୍ଟ ସୂଚନା ରହିଛି। ଚାକିରିରେ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି । ପତିଙ୍କ ସମର୍ଥନ ଆପଣଙ୍କୁ ଶକ୍ତିଶାଳୀ କରିବ । ସ୍ୱାସ୍ଥ୍ୟ ଭଲ ରହିବ, ଯୋଗ ପ୍ରାଣାୟାମ କରନ୍ତୁ । କାହା ସହିତ ପରାମର୍ଶ ନକରି ବଡ଼ ନିଷ୍ପତ୍ତି ନିଅ ନାହିଁ ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯୋଗାଯୋଗ – ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.