ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

NEWS7
chandigarh-international-airport-to-be-named-after-bhagat-singh

ପୁରୀ ୧୨।୧: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଚି ହୋଇଛି । ମୃତ ମହିଳା ହେଉଛନ୍ତି ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା । ଗତ ୧୦ ତାରିଖରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ପରେ ଆଜି ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ମାତୃ ଓ ଶିଶୁ ଯତ୍ନ ବିଭାଗରେ ଥିଲେ ମହିଳା । ହସ୍ପିଟାଲରେ କୁମ୍ଭାରପଡ଼ା ଥାନା ପୋଲିସ ମୁତୟନ ଅଠନ୍ତି । ମୃତ୍ୟୁର ସଠିକ୍ କାରଣ ନ ଜଣାଇବା ଯାଏଁ ମୃତଦେହ ନେବେ ନାହିଁ ବୋଲି ପରିବାର ଲୋକ ଜିଦ୍ ଧରିଛନ୍ତି ।