ଟ୍ରକ୍କୁ ପଛରୁ ଧକ୍କା ଦେଲା କାର୍ : ଜଣେ ମୃତ, ୮ ଆହତ

Published By : Prameya-News7 Bureau | May 26, 2024 IST

ବାରିପଦା ୨୬।୫: ଟ୍ରକ୍‌କୁ ପଛରେ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଆସନଯୋଡ଼ା ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ରବିବାର ଅପରାହ୍ନ ସମୟରେ ଏକ ସଫାରୀ ଗାଡି କୁଳିଅଣା ପଟୁ ବାରିପଦା ଅଭିମୁଖେ ଯାତ୍ରୀଙ୍କୁ ନେଇ ଆସୁଥିଲା । କୁଳିଅଣା ଥାନା ଅନ୍ତର୍ଗତ ଆସନଯୋଡ଼ା ନିକଟରେ ଜାତୀୟ ରାଜପଥ କଡ଼କୁ ଛିଡା ହୋଇଥିବା ଏକ ଟ୍ରକ୍ ପଛକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲା । ଯାହା ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ଜଣକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ନେଇ ସ୍ଥାନୀୟ ଲୋକମାନେ ଖବର ଦେବାରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ୮ ଜଣ ଆହତଙ୍କ ପରିଚୟ ମିଳିଛି । ସମସ୍ତେ କୁଳିଅଣା ଓ ବାଙ୍ଗିରିପୋଷି ଥାନା ଅଞ୍ଚଳର ଅଟନ୍ତି ବୋଲି ପୋଲିସ ସୂଚନା ଦେଇଛି । ତେବେ ସମସ୍ତଙ୍କ ଚିକିତ୍ସା ଜାରିଥିବା ବେଳେ ଗୁରୁତରଙ୍କୁ କଟକ ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଉଛି ।

You Can Read :

ରାତିରେ ବିଜେପିର ପ୍ରଚାର, ବାଇକ୍ ଶୋଭାଯାତ୍ରାରେ ବିଜେପି ବିଧାୟକ ପ୍ରାର୍ଥୀ ସାମିଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.