ଜିଲ୍ଲାପାଳଙ୍କ ଅଫିସ୍‌ରୁ ଆନ୍ଦୋଳନକାରୀ ଚାଷୀଙ୍କ ଧାନ ଗାଏବ, ଥାନାର ଦ୍ବାରସ୍ଥ ହେଲେ ଚାଷୀ

NEWS7
champions-trophy-2025-injured-and-unavailable-players-

ବରଗଡ଼ ୬।୩: ଚାଷୀଙ୍କ ଧାନ ନେଲା କିଏ ? ଯେଉଁ ଧାନ ପାଇଁ କରୁଥିଲେ ଅନଶନ ସେଇ ଧାନକୁ ନେଇଗଲା ଆଉ କିଏ । ଏଭଳି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାରୁ । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଧାନ ଗାଏବ ଚାଷୀଙ୍କ ନିଦ ହଜାଇ ଦେଇଛି । ଧାନ ଚୋରି ଅଭିଯୋଗ ନେଇ ଚାଷୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- Rajyasabha Election: ଓଡ଼ିଶାରେ ଆରମ୍ଭ ହେଲା ନୂଆ ରାଜନୈତିକ ସମୀକରଣ, ଏକାଠି ହେଲେ ବିଜେଡି ଓ କଂଗ୍ରେସ

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନ ସହଁରାଟିକ୍ରା ମାର୍କେଟ୍ ୟାର୍ଡ୍‌ର ୩୬୨ ଜଣ ଚାଷୀ ଧାନ କିଣାବିକା ପ୍ରକ୍ରିୟାକୁ ୩ ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଟୋକନ୍ ପାଇ ନାହାନ୍ତି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏମିତିକି ଗୁରୁବାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ୧୫ ବସ୍ତା ଧାନ ରଖି ଆନ୍ଦୋଳନ କରୁଥିଲେ ଚାଷୀ । ହେଲେ ଶୁକ୍ରବାର ସେହି ଧାନ ସେଠାରେ ନ ଥିବା ଚାଷୀ ଦେଇବାକୁ ପାଇଥିଲେ । ଏହା ଦେଖି ଚାଷୀଙ୍କ ହୋସ୍ ଉଡ଼ିଯାଇଥିଲା । ଏ ନେଇ ଚାଷୀମାନେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଆନ୍ଦୋଳନ ପାଇଁ ଆଣିଥିବା ଧାନ ଗାଏବ ହୋଇଯିବା ଘଟଣା ଚାଷୀର ଆଖିରୁ ନିଦ ହଜାଇଦେଇଛି ।