ନୂଆଦିଲ୍ଲୀ ୧୪।୦୨: ଚାମ୍ପିଅନ୍ ଟ୍ରଫି ପୂର୍ବରୁ ଓ୍ବିକ୍ ହେଲା ଓ୍ବାର୍ଲ୍ଡ ଚାମ୍ପିଅନ୍ ଅଷ୍ଟ୍ରେଲିଆ । ୨୦୨୩-୨୪ରେ ବିଶ୍ବ କ୍ରିକେଟରେ ଥିଲା ଦବଦବା । ମାତ୍ର ୨୦୨୫ ଆରମ୍ଭରୁ ହିଁ ଟିମ୍କୁ ଲାଗିଛି ବଡ ଝଟକା । ଲାଗୁଛି କି ଚାମ୍ପିଅନ୍ ଟ୍ରଫି ପୂର୍ବରୁ ଦୁର୍ବଳ ହେଉଛି ଅଷ୍ଟ୍ରେଲିଆ । ଗୋଟିଏ ପରେ ଗୋଟିଏ ପ୍ଲେୟର ଟିମ୍ରୁ ହେଉଛନ୍ତି ଆଉଟ୍ । ଚାମ୍ପିଅନ୍ ଟ୍ରଫି ପୂର୍ବରୁ ଶ୍ରୀଲଙ୍କାଠାରୁ ଏକତରଫା ଭାବେ ହାରିଛି ଅଷ୍ଟ୍ରେଲିଆ । ୧୬୪ରେ ଅଲ୍ଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ ।
ତେବେ ଏହାପଛର କାରଣ ହେଉଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ପ୍ଲେୟର । ଜଣକ ପରେ ଜଣେ ଟିମ୍ରୁ ପଡିଛନ୍ତି ବାଦ୍। ଚାମ୍ପିଅନ ଟ୍ରଫି ପୂର୍ବରୁ ଟିମ୍ରୁ ନିଜ ନାଁ ଫେରାଇ ନେଇଛନ୍ତି ମିଚେଲ୍ ଷ୍ଟାର୍କ । ସେ ବ୍ୟକ୍ତିଗତ କାରଣରୁ ନିଜ ନାଁ ଫେରାଇ ନେଇଛନ୍ତି । ଯାହା ଅଷ୍ଟ୍ରେଲିଆ ପାଇଁ ବହୁତ ବଡ ଝଟକା । ମିଚେଲ ଷ୍ଟାର୍କ ବହୁତ ବଡ ପ୍ଲେୟର । ଟିମ୍ର ଅନ୍ୟ ବୋଲର ସବୁ ଗାଏବ ଥିବା ବେଳେ ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି ଷ୍ଟାର୍କ ।
ବର୍ତ୍ତମାନ ଷ୍ଟିଭ୍ ସ୍ମିଥ୍ ଏବଂ ଅଷ୍ଟ୍ରେଲିଆ ପାଇଁ ବେଶ୍ ଚ୍ୟାଲେଞ୍ଜିଙ୍ଗ ହେବ ଚାମ୍ପିଅନ୍ ଟ୍ରଫି । କାରଣ ଟିମ୍ର ସବୁ ବଡ ପ୍ଲେୟର ବାହାରେ ଅଛନ୍ତି । ଚାମ୍ପିଅନ୍ ଟ୍ରଫି ପୂର୍ବରୁ ଟିମ୍ ପାଇଁ ବଢିଛି ଚିନ୍ତା । କାରଣ ଅଷ୍ଟ୍ରେଲିଆର ମେନ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଆହାତ କାରଣରୁ ଟିମ୍ରୁ ବାହାରେ ଅଛନ୍ତି। ଅଷ୍ଟ୍ରେଲିଆର ଲିଡ୍ ବୋଲର ହେଜେଲଉଡ୍ ଆହାତ କାରଣରୁ ମଧ୍ୟ ଟିମ୍ରୁ ବାଦ ପଡିଛନ୍ତି । ଷ୍ଟାର୍କ ମଧ୍ୟ ବ୍ୟକ୍ତିଗତ କାରଣରୁ ଟିମ୍ରୁ ବାଦ ପଡିଲେ । ସେ ଖେଲିବେନି ଚାମ୍ପିଅନ୍ ଟ୍ରଫି ।
ଅନ୍ୟପଟେ ଟି-୨୦ କ୍ୟାପଟେନ୍ ମିଚେଲ୍ ମାର୍ସ ବାହାରେ ଅଛନ୍ତି ଏବଂ ଅଲରାଉଣ୍ଡର ମାର୍କ ଷ୍ଟୋଇନ୍ସ ରିଟାୟରମେଣ୍ଟ ନେଇସାରିଛନ୍ତି । ତେବେ ୩ ପ୍ଲେୟରଙ୍କ ମଧ୍ୟରୁ ୨ ଜଣ ଆହାତ ହୋଇଥିବା ବେଳେ ଜଣେ ବ୍ରେକରେ ରହିଛନ୍ତି । ଆଉ ଜଣେ ରିଟାୟମେଣ୍ଟ ନେଇସାରିଛନ୍ତି । ଏବେ ପ୍ରଶ୍ନ ଆସୁଛି କଣ ହେବ ଅଷ୍ଟ୍ରେଲିଆର ? ଅଷ୍ଟ୍ରେଲିଆ ୨୦୧୩ରେ ଖେଳାଯାଇଥିବା ଚାମ୍ପିଅନ୍ ଟ୍ରଫି ଜିତିନି । ଏବେ ପ୍ରଶ୍ନ ଯେ ଷ୍ଟିଭ୍ ସ୍ମିଥ୍ କରିବେ କ’ଣ ? ସ୍ମିଥ୍ କ’ଣ ଷ୍ଟ୍ରାର୍କ୍ସ , ପ୍ୟାଟ୍ କମିନ୍ସ, ହେଜେଲଉଡ୍ ଏବଂ ମାର୍କସଙ୍କ ବିନା ମ୍ୟାଚ୍ ଜିତିପାରିବେ ।
ଅଷ୍ଟ୍ରେଲିଆ ନିଜର ନୂଆ ସ୍କାର୍ଡ ଘୋଷଣା କରିଛି । ନୂଆ ପ୍ଲେୟରଙ୍କୁ ଦେଇଛି ଚାନ୍ସ । ଅଷ୍ଟ୍ରେଲିଆ କହିଥିଲା କି ଟିମ୍ର ବ୍ୟାକଅପ୍ ବହୁତ ଷ୍ଟ୍ରଙ୍ଗ ହୋଇଥାଏ । କିନ୍ତୁ କ’ଣ ଷ୍ଟାର୍କସ, କମିନ୍ସ, ହେଜେଲଉଡ୍ ଏବଂ ମାର୍କସଙ୍କ କେହି ହୋଇପାରିବେ ବିକଳ୍ପ ? କାରଣ ବ୍ୟାକଅପ୍ ପାଇଁ ଯେଉଁ ପ୍ଲେୟରଙ୍କୁ ରଖାଯାଇଛି ସେମାନଙ୍କ ଏତେ ବଡ ନାଁ ନାହିଁ । କ’ଣ ଏହି ବିକଳ୍ପ ବିପକ୍ଷ ଟିମ୍ ପାଇଁ ହୋଇପାରିବେ ଖତରନାକ ?
ଏବେ ପ୍ରଶ୍ନ ଆସୁଛି କଣ ସ୍ମିଥ୍ ନିଜ ବଡ ପ୍ଲେୟରଙ୍କ ବିନା ଚାମ୍ପିଅନ୍ ଟ୍ରଫିର ଟପ୍-୪ରେ ପହଞ୍ଚିପାରିବେ ? ତେବେ କୁହାଯାଏ କି ଅଷ୍ଟ୍ରେଲିଆକୁ କେବେ ବି ହାଲୁକା ନେବା ଉଚିତ୍ ନୁହେଁ, କେତେବେଳେ ବି ମ୍ୟାଚ୍ ବଦଳାଇପାରେ ଅଷ୍ଟ୍ରେଲିଆ । ତଥାପି ପ୍ରଶ୍ନ ଯେ ଅଷ୍ଟ୍ରେଲିଆର ଏହି ନୂଆ ଟିମ୍ ଚାମ୍ପିଅନ୍ ଟ୍ରଫିରେ ପ୍ରଭାବ ପକାଇ ପାରିବ ତ ବିନା କମିନ୍ସ, ବିନା ମିଚେଲ୍ ଷ୍ଟାର୍କସ, ବିନା ହେଜେଲଉଡ଼୍, ବିନା ମିଚେଲ ଷ୍ଟାର୍କ୍ସ, ବିନା ଷ୍ଟୋଇନିସ୍ ।