ସଞ୍ଜୟ କପୁରଙ୍କ ସମ୍ପତ୍ତି ବିବାଦରେ ନୂଆ ଟ୍ଵିଷ୍ଟ, ତୃତୀୟ ପତ୍ନୀ ପ୍ରିୟାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ମାଆ ରାଣୀ କପୁର

NEWS7
chair-not-provided-to-bmc-mayor-alleged-by-mayor-sulochana-das

ମୁମ୍ୱାଇ,।୧୨ :ଦିବଂଗତ ଉଦ୍ୟୋଗପତି ସଞ୍ଜୟ କପୁରଙ୍କ ମା’ରାନୀ କପୁର ଗତ ସୋମବାର ଦିଲ୍ଲୀ ହାଇକୋର୍ଟରେ ସଞ୍ଜୟଙ୍କ ୩ୟ ପତ୍ନୀ ପ୍ରିୟା ସଚଦେବ କପୁରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି । କୋର୍ଟରେ ଶୁଣାଣି ସମୟରେ ରାନୀ କହିଛନ୍ତି, ସଞ୍ଜୟଙ୍କର ଆକସ୍ମିକ ମୃତ୍ୟୁ ପରେ ପ୍ରିୟା ତାଙ୍କ ସମ୍ପତ୍ତି କବ୍ଜା କରିବାକୁ ଚେଷ୍ଟା କରିଛନ୍ତି । ସେହିପରି ରାନୀ କପୁରଙ୍କ ତରଫରୁ ବରିଷ୍ଠ ଓକିଲ ବୈଭବ ଗଗ୍ଗର କୋର୍ଟଙ୍କୁ କହିଛନ୍ତି, ସଞ୍ଜୟଙ୍କ ବାର୍ଷିକ ଆୟ ପ୍ରାୟ ୬୦ କୋଟି ଥିଲା । କିନ୍ତୁ ତାଙ୍କ ବ୍ୟାଙ୍କ୍ ଖାତାରେ ୨ କୋଟି ଟଙ୍କାରୁ ମଧ୍ୟ କମ୍ ଅଛି। ତାଙ୍କ ପାଖରେ ହାରାହାରି ୧.୬୯ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ମଧ୍ୟ ଥିଲା । ପ୍ରିୟା କପୁର କୋର୍ଟରେ ସମ୍ପତ୍ତିର ପ୍ରକୃତ ତଥ୍ୟ ଲୁଚାଇଛନ୍ତି।

ଏହି ଅର୍ଥ ସେ ବିଦେଶ ପଠାଇଥିବା ଆଶଙ୍କା କରାଯାଉଛି । ରାନୀ ଆହୁରି କହିଛନ୍ତି, ଦିଲ୍ଲୀର ରଗୋକରୀ ଅଞ୍ଚଳରେ ସ୍ଥିତ ଫାର୍ମହାଉସ୍କୁ ମୋ ସ୍ୱାମୀ ନିର୍ମାଣ କରିଥିଲେ । ସେଠାରେ ୫୦ରୁ ଅଧିକ ମୂଲ୍ୟବାନ ଚିତ୍ରକଳା ଅଛି । ସଞ୍ଜୟଙ୍କ ପାଖରେ ବୀମା ନ ଥିଲା, ଭଡ଼ାରୁ କୌଣସି ଆୟ କିମ୍ବା ମ୍ୟୁଚୁଆଲ ଫଣ୍ଡ୍ ବି ନ ଥିଲା । ତାଙ୍କ ଦରମା ୬୦ କୋଟି ଟଙ୍କା ଥିଲା । କିନ୍ତୁ ତାଙ୍କ ଖାତାରେ କେବଳ ୧.୭ କୋଟି ଟଙ୍କା କାହିଁକି ଅଛି? ରାନୀଙ୍କ ଓକିଲ କହିଲେ, ପ୍ରିୟା ଓ ସଞ୍ଜୟ କପୁରଙ୍କର ଗତ ଦୁଇ ବର୍ଷର ସମ୍ପତ୍ତିର ପୂରା ତଥ୍ୟ ମଗାଯାଉ ଏବଂ କୋର୍ଟ ଅନ୍ତରୀଣ ଆଦେଶ ଦେଇ ବର୍ତ୍ତମାନ ସ୍ଥିତିକୁ ବଜାୟ ରଖନ୍ତୁ³ ଯଦ୍ଦ୍ୱାରା କୌଣସି ପରିବର୍ତ୍ତନ ହେବ ନାହିଁ ।

ସେ ଆହୁରି କହିଲେ, ମୋ ମହକିଲଙ୍କ ବୟସ ୮୦ ବର୍ଷ। ତାଙ୍କୁ ଆଜି କୁହାଯାଇଛି ଯେ ତାଙ୍କ ପୁଅର ଇଚ୍ଛାପତ୍ରରେ ତାଙ୍କ ନାଁ ନାହିଁ । କିନ୍ତୁ ତାଙ୍କ ସ୍ୱାମୀ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ନାଁରେ ଛାଡ଼ି ଯାଇଥିଲେ । ସେ କହିଲେ, ରାନୀଙ୍କୁ ସଞ୍ଜୟଙ୍କ ଇଚ୍ଛାପତ୍ର ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଯଦି ଏହା ପ୍ରକୃତରେ ସଞ୍ଜୟଙ୍କର ଅନ୍ତିମ ଇଚ୍ଛା ହୋଇଥାନ୍ତା, ତେବେ ଇଚ୍ଛାପତ୍ରରେ ମା’ଙ୍କ ନାଁ ସମ୍ପୂର୍ଣ୍ଣ ଉଭାନ୍ ହୋଇନଥାନ୍ତା। ସଞ୍ଜୟ ସର୍ବଦା କହୁଥିଲେ, ତାଙ୍କୁ ଯାହା କିଛି ମିଳିଛି, ସବୁ ତାଙ୍କ ମା’ଙ୍କ ପାଇଁ । ପ୍ରିୟା କପୁର ଉପସ୍ଥାପନ କରିଥିବା ଇଚ୍ଛାପତ୍ର ଅସଲି ନୁହେଁ ବୋଲି କରିସ୍ମା କପୁର (ସଞ୍ଜୟଙ୍କ ୨ୟ ପତ୍ନୀ)ଙ୍କ ପିଲା ଯେଉଁ ଦାବି କରୁଛନ୍ତି, ରାନୀ ତାକୁ ସମର୍ଥନ କରୁଛନ୍ତି ବୋଲି ଓକିଲ ଗଗ୍ଗର କହିଛନ୍ତି। ୩ ତାରିଖ ଅର୍ଥାତ୍ ଆଜି କୋର୍ଟ ଏ ମାମଲାର ଶୁଣାଣି କରିବେ ।