ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ, ରାଜ୍ୟ ଜିଡିପିକୁ ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ

NEWS7
centre-to-bring-in-law-for-indians-working-abroad-sources-amid-us-deportation-row

ଭୁବନେଶ୍ବର ୭।୨: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡରର ଶୁଭାରମ୍ଭ ହୋଇଛି । ଏହି ଅର୍ଥନୈତିକ କରିଡରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କରିଡରର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳରୁ ୨୦୨୫ରେ ରାଜ୍ୟର ଜିଡିପିକୁ ୧୯ ପ୍ରତିଶତ ଅବଦାନ ରହିଛି । ଯାହା ୨୨.୩୮ ବିଲିଅନ ଡଲାର । ୨୦୪୭ ସୁଦ୍ଧା ଏହି ଅଞ୍ଚଳର ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ ରହିଛି । ଅର୍ଥତ୍ ୫୦୦ ବିଲିଅନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ । ଏହି ଅଞ୍ଚଳରେ ୪ଟି ଜିଲ୍ଲା ପୁରୀ-ଖୋର୍ଦ୍ଧା-କଟକ-ଜଗତସିଂହପୁର ସାମିଲ । ୧୧ ହଜାର ୮୯୨ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ । ୨୦୨୫ରେ ରାଜ୍ୟର ଜିଡିପିକୁ ଏହି ୪ଟି ଅଞ୍ଚଳର ଅବଦାନ ୧୯ ପ୍ରତିଶତ, ୨୨.୩୮ ବିଲିଅନ ଡଲାର । ୨୦୪୭ ସୁଦ୍ଧା ଏହି ଅଞ୍ଚଳର ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ ରହିଛି । ଏହି ଅଞ୍ଚଳର ସମନ୍ବିତ ଭିତ୍ତିଭୂମି ସଂସ୍କୃତି-ଅନୁକୂଳ, ନବସୃଜନ-ଅନୁକୂଳ, ପ୍ରକୃତି-ଅନୁକୂଳ ଆଧାରିତ । ପୁରୀର ସାଂସ୍କୃତିକ ଗାରିମା, ପାରାଦୀପ ବନ୍ଦର ନଗରୀ, ଆଇଟି ଏଜୁକେସନ ହବ୍ ଭୁବନେଶ୍ୱର, ଐତିହ୍ୟ ସମ୍ପନ୍ନ କଟକ ସହର ଏ ଅଞ୍ଚଳକୁ ଭିନ୍ନ ପରିଚୟ ଦେବ । ୮୦ଟି ପ୍ରକଳ୍ପ ଓ ୩୦ଟି ଢ଼ାଞ୍ଚାଗତ ନୀତିକୁ ନେଇ ଯୋଜନା ପ୍ରସ୍ତୁତ । ଅର୍ଥନୈତିକ ଦୃଷ୍ଟିରୁ ପାଞ୍ଚ ନମ୍ୱରରେ ଆମେ ରହିବା । ବହୁତ ସ୍ପିଡରେ ଆମକୁ କାର୍ଯ୍ୟ କରିବାକୁ ପଡିବ । ପ୍ରତ୍ୟେକଟି ଯୋଜନାକୁ ସହରର ବିକାଶ ସହ ଯୋଡିବା, ନଚେତ୍ କିଛି ମୂଲ୍ୟ ରହିବ ନାହିଁ । ପାରାଦୀପକୁ ଆଉ କେହି ଛୁଇଁ ପାରିବେ ନାହିଁ , ସମସ୍ତଙ୍କୁ ପଛରେ ପକାଇ ଆମେ ଆଗକୁ ବଢ଼ୁଛେ । ହାଇଦ୍ରାବାଦ ପରି ଭୁବନେଶ୍ୱର ମଧ୍ୟ ଦୌଡ଼ିବ । ରାଜ୍ୟକୁ ଗ୍ରାମାଞ୍ଚଳରୁ ୨୦ପ୍ରତିଶତ ଅର୍ଥ ଆସୁଛି । ଆମ ବଜେଟ୍ ପ୍ରସ୍ତୁତ ହେଉଛି । କେନ୍ଦ୍ର ବଜେଟ୍ ନେଇ ଆସିଛନ୍ତି । ନୀତି ଆୟୋଗ ଓଡ଼ିଶାକୁ ବହୁତ ସୁଯୋଗ ଦେଇ ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।