ଚିକେନ୍ ଖାଇଦେଲା ‘ନେଉଳ’, ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ

NEWS7
centre-establishes-national-turmeric-board-expected-to-reach-1-bn-by-2030

ବ୍ରହ୍ମପୁର ୦୬।୧୨ : ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ। ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ମହାନ୍ତି (୬୦ ବର୍ଷ)। ଉକ୍ତ ଗାଁର ହତ୍ୟାକାରୀ ନାରାୟଣ ଦାସ ଫେରାର୍। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଖବର ଅନୁଯାୟୀ, ଶୁକ୍ରବାର କୃଷ୍ଣଚନ୍ଦ୍ର ଘରେ ଚିକେନ୍ ରଖିଥିବା ବେଳେ ପଡ଼ୋଶୀ ନାରାୟଣ ଦାସଙ୍କ ପୋଷା ନେଉଳ ଖାଇ ଦେଇଥିଲା। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପିରିକି ନେଉଳକୁ ବାନ୍ଧି ରଖିବାକୁ କୃଷ୍ଣଚନ୍ଦ୍ର କହିଥିଲେ। ଶନିବାର ସକାଳ ପ୍ରାୟ ୮ଟାରେ ନେଉଳ ପୁଣି କୃଷ୍ଣଚନ୍ଦ୍ରଙ୍କ ଘରେ ପଶିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାରାୟଣ ଏକ ଖଣ୍ଡାରେ କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ନାରାୟଣ ଦାସ ଫେରାର୍ ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।