ରେଡ୍ ଫ୍ଲାଗ୍ କେସ୍ ଅନ୍ତର୍ଭୁକ୍ତ ହେଲା ମହିଳା ଏସଆଇଙ୍କୁ ପ୍ରେମ, ପ୍ରତାରଣା ଓ ଦୁଷ୍କର୍ମ ମାମଲା

NEWS7
central-govt-will-hold-hike-da-till-july-2021

ଭୁବନେଶ୍ବର ୧୬।୧୨: ମହିଳା ଏସଆଇଙ୍କୁ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ କେସ୍‌ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଏନେଇ ତଦନ୍ତ ପାଇଁ CAWକୁ ଦିଆଗଲା ଦାୟିତ୍ବ । କ୍ରାଇମ୍ ଏଗନେଷ୍ଟ ଓ୍ବିମେନ ପିଏସ ପକ୍ଷରୁ ରୁଜୁ ହେଲା ମାମାଲା । ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ CAW ଟିମ୍ । ଅଭିଯୋଗ ଆଧାରରେ ଗିରଫ ହୋଇଥିବା ଆର୍ମଡ୍ ଇନ୍ସପେକ୍ଟର ତୋଷବନ୍ତ ଆଚାର୍ଯ୍ୟଙ୍କୁ ତଦନ୍ତ ପରିସରକୁ ନେଇ ତଦନ୍ତ କରିବ CAW ଟିମ୍ ।

ଅଭିଯୋଗ ଅନୁସାରେ କ୍ଲାସମେଟ୍ ଭାବେ ପୀଡିତାଙ୍କ ସହ ପ୍ରେମ ଗଢି ଉଠିଥିଲା । ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲେ ଅଭିଯୁକ୍ତ । ୨୦୨୪ରେ ଇନ୍ସପେକ୍ଟର ତୋଷବନ୍ତ ଆଚାର୍ଯ୍ୟ ଅନ୍ୟତ୍ର ବିବାହ କରିଥିଲେ । ତେବେ ଏନେଇ ମହିଳା ଏସଆଇ ଜାଣିବା ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ମହିଳା ଥାନାରେ ଅଭିଯୋଗ ଆଣିଥିଲେ । ତୋଷବନ୍ତଙ୍କ ଘର ଫୁଲବାଣୀ ଅଞ୍ଚଳରେ । ସେ କଳାହାଣ୍ଡିରେ ଆର୍ମଡ୍ ଇନ୍ସପେକ୍ଟର ଭାବେ ନିଯୁକ୍ତ ଅଛନ୍ତି । ତାଙ୍କୁ ଗତ ଅକ୍ଟୋବର ୨୨ରେ ଗିରଫ କରିଥିଲା ମହିଳା ଥାନା ପୋଲିସ ।