LIVE TV

ଖେଳ ହେଲା କାଳ : ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

NEWS7
central-government-has-filed-a-new-petition-regarding-same-sex-marriage

ଜଳେଶ୍ବର ୨୦୧୧ଖେଳୁଥିଲା ବେଳେ ଘର ପାଖ ପୋଖରୀରେ ବୁଡିଗଲେ ଦୁଇ ସମ୍ପର୍କୀୟ ଭଉଣୀ । ଅକାରଣରେ ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡାସ ଗାଁରେ । ଉଭୟଙ୍କ ମୃତ୍ୟୁ ପରେ ଡାକ୍ତରଖାନା ପରିସରରେ ଶୋକାକୂଳ ପରିବେଶ ସୃଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ବଡାସ ଗାଁରେ ବିଶ୍ଵଶାନ୍ତି ମହାଯଜ୍ଞ ଚାଲୁଥିଲା ବେଳେ ବଡାସ ଗାଁର ଶଳା ଦୀପକ ରାଉତ ଘରକୁ ଡଗରା ଗାଁର ଭିଣୋଇ ନକିଆ ବିଶ୍ୱାଳଙ୍କ ପରିବାର ବୁଲିବାକୁ ଆସିଥିଲେ । ଗୁରୁବାର ଅପରାହ୍ନ ୩ଟା ସମୟରେ ଘର ଭିତରେ ପରିବାରର ସମସ୍ତ ସଦସ୍ୟ ଥିବାବେଳେ ଦୀପକ ରାଉତଙ୍କ ୫ ବର୍ଷର ଝିଅ ଓ ନକିଆ ବିଶ୍ୱାଳଙ୍କ ୩ ବର୍ଷର ଝିଅ ଘର ପାଖରେ ଖେଳୁଥିଲେ । ସେହି ସମୟରେ ମାଛ ଚାଷ ପାଇଁ ନିର୍ମିତ ହୋଇଥିବା କୃତ୍ରିମ ପୋଖରୀରେ ଉଭୟ ବୁଡି ଯାଇଥିଲେ। ପରିବାର ଲୋକ ବହୁ ସମୟ ପରେ ଉଭୟଙ୍କୁ ନ ପାଇ ଚାରିଆଡେ ଖୋଜା ଖୋଜି କରିଥିଲେ । ଶେଷରେ ଉଭୟଙ୍କୁ ଉକ୍ତ କୃତ୍ରିମ ପୋଖରୀରୁ ପାଇ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ଉଭୟ ନାବାଳିକା ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କର ମୃତ୍ୟୁ ଖବର ଶୁଣି ହସ୍ପିଟାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରିରଖିଛି ।