ଅପରେସନ ସିନ୍ଦୂରକୁ ନେଇ CDS ଅନିଲ ଚୌହାନଙ୍କ ବଡ଼ ବୟାନ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | July 25, 2025 IST

ନୂଆଦିଲ୍ଲୀ ୨୫।୭: ଦେଶର ରକ୍ଷା ପ୍ରମୁଖ ସିଡିଏସ୍ ଜେନେରାଲ ଅନିଲ ଚୌଧୁରୀ ଶୁକ୍ରବାର କହିଛନ୍ତି ଯେ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଏଣୁ ଦେଶକୁ ୨୪ ଘଣ୍ଟା ଓ ସାରା ବର୍ଷ ସାମରିକ ପ୍ରସ୍ତୁତିରେ ରହିବାକୁ ପଡିବ। ସୁବ୍ରତୋ ପାର୍କରେ ଅନୁଷ୍ଠିତ ପ୍ରତିରକ୍ଷା କର୍ମଶାଳାକୁ ସମ୍ବୋଧିତ କରି ଜେନେରାଲ ଚୌଧୁରୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଭବିଷ୍ୟତରେ ସେନାକୁ ସୂଚନା ଯୋଦ୍ଧା, ପ୍ରଯୁକ୍ତି ଯୋଦ୍ଧା ଓ ବିଦ୍ୱାନ ଯୋଦ୍ଧାଙ୍କ ଆବଶ୍ୟକତା ପଡିବ। 

ଜେନେରାଲ ଚୌଧୁରୀ କହିଛନ୍ତି ଯେ ଯୁଦ୍ଧର ଏହି ପରିଦୃଶ୍ୟରେ ଭାବି ସୈନିକଙ୍କୁ ସୂଚନା, ପ୍ରଯୁକ୍ତି ଓ ଶିକ୍ଷା ମାମଲାରେ ବିଦ୍ୱାନ ହେବାକୁ ହେବ। ନମ୍ବର-୪ୱାରଫେୟାର ଆଣ୍ଡ ଏରୋସ୍ପେସ୍ ଷ୍ଟ୍ରାଟେଜୀ ପ୍ରୋଗ୍ରାମ ତତ୍ୱାବଧାନରେ ‘ଏରୋ ସ୍ପେସ୍ ପାୱାର: ପ୍ରିଜର୍ଭିଂ ଇଣ୍ଡିଆଜ୍ ସୋଭରଜିନିଟି ଆଣ୍ଡ ଫର୍ଦ୍ଦରିଂ ନ୍ୟାସନାଲ ଇଣ୍ଟରେଷ୍ଟ’ ଶୀର୍ଷକ କାର୍ଯ୍ୟଶାଳାରେ ସିଡିଏସ୍ କହିଛନ୍ତି ଯେ ଯୁଦ୍ଧରେ କେହି ବି ଉପବିଜେତା ହୁଅନ୍ତିନି ଓ କୌଣସି ସେନା ଲାଗାତାର ସତର୍କ ଥାଇ ମଧ୍ୟ ଉଚ୍ଚସ୍ତରର ଅଭିଯାନଗତ ପ୍ରସ୍ତୁତି ରଖିବା ଦରକାର। ଅପରେସନ ସିନ୍ଦୂର ଏହାର ଏକ ଉଦାହରଣ ହୋଇପାରେ ବୋଲି ସେ କହିଛନ୍ତି। 

ଜମ୍ମୁ-କାଶ୍ମୀର ପହଲଗାମରେ ୨୨ ଏପ୍ରିଲ ଆତଙ୍କବାଦୀ ଗୁଳିକାଣ୍ଡ ପରେ ଭାରତ ୭ ମେ ସକାଳେ ଅପରେସନ ସିନ୍ଦୂର ଆରମ୍ଭ କରି ପାକିସ୍ତାନ ତଥା ପାକିସ୍ତାନ ନିୟନ୍ତ୍ରଣାଧୀନ କାଶ୍ମୀର (ପିଓକେ)ଆତଙ୍କବାଦୀଙ୍କ ୯ ଟି ଆଡ୍ଡାକୁ ଧ୍ୱଂସ୍ତ କରାଯାଇଥିଲା। ଏହାର ଜବାବରେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଆକ୍ରମକ ଅଭିଯାନ ହାତକୁ ନେଇଥିଲା। ଭାରତ ଅପରେସନ ସିନ୍ଦୂରରେ ଏହାର ଜବାବ ଦେଇଥିଲା। ତେବେ ୧୦ ମେ ଅପରାହ୍ନରେ ସହମତି ପରେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶଙ୍କ ମଧ୍ୟରେ ଯୁଦ୍ଧ ଅଟକି ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.