ରାୟଗଡ଼ା: ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଏବଂ କିରାଣୀ। ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରାୟଗଡ଼ା ଜିଲ୍ଲା ବିଷମ କଟକ ସିଡିପିଓ ଶୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ରଙ୍କୁ ଧରିଛି ଭିଜିଲାନ୍ସ। ଉଭୟ ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଶୀତା ୱାଡେକାଙ୍କ ଠାରୁ ଏହି ଲାଞ୍ଚ ନେଉଥିଲେ।
ମିଳିଥିବା ସୂଚନା ଅନୁଯାୟୀ ହୁତେଶୁ ଗ୍ରାମର ଅଙ୍ଗନବାଡ଼ି ପ୍ରାର୍ଥୀ ଭାବେ ତିନି ଜଣ ଆବେଦନ କରିଥିଲେ। ତେବେ ଶୀତାଙ୍କୁ ଏଥିରେ ନିଯୁକ୍ତି ଦେବା ଲାଗି ୧ ଲକ୍ଷ ଟଙ୍କା ମାଗିଥିଲେ ସିଡିପିଓ ଏବଂ କିରାଣି। ଆଉ ପ୍ରଥମେ ଆକାଉଣ୍ଟରେ ୨୦ ହଜାର ଟଙ୍କା ନେଇଥିବା ବେଳେ ବଳକା ୮୦ ହଜାର ଟଙ୍କା ନଗଦ ନେବାବେଳେ ରାୟଗଡ଼ା ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍ ତାଙ୍କୁ ଧରିଥିଲେ। ବର୍ତ୍ତମାନ ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ଯାଳୟରେ ଉଭୟଙ୍କୁ ଡିଏସପି ସଦାନନ୍ଦ ପାଣି ଓ ଅଭୟ ପ୍ରଧାନ ଜେରା କରୁଛନ୍ତି।