LIVE TV

ଦେଶରେ ବିଜେପିର ଶକ୍ତି ଏବେ ୨୦୧୪ ଠାରୁ ବି ବହୁ ଅଧିକ, ରେକର୍ଡ ସ୍ତରରେ ବିଧାୟକଙ୍କ ସଂଖ୍ୟା

NEWS7
cci-fines-beer-cos-india-know-how-much

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ ବିଜେପି ନେତାଙ୍କ ମଧ୍ୟରେ ଉତ୍ସହ ଭରି ରହିଛି । ବିହାର ପରେ ଏବେ ପଶ୍ଚିମବଙ୍ଗ ଉପରେ ବିଜେପିର ନଜର ରହିଛି । ବେଙ୍ଗଲ ନିର୍ବାଚନ ପୂର୍ବରୁ ବିଜେପି ପାଇଁ ବଡ଼ ଓ ଭଲ ଖବର ସାମନାକୁ ଆସିଛି । ରାଜ୍ୟ ବିଧାନସଭାଗୁଡ଼ିକରେ ପାର୍ଟିର ପ୍ରତିନିଧିତ୍ୱ ଆଜି ଯାଏଁର ସର୍ବୋଚ୍ଚ ସ୍ତର ଛୁଇଁଛି । ଏହି ସଫଳତାକୁ ଦେଖି ବିଜେପି ନିଜର ନୂଆ ଲକ୍ଷ୍ୟ ମଧ୍ୟ ସ୍ଥିର କରିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ ଦାବି କରିଛନ୍ତି ଯେ ପାର୍ଟି ଖୁବଶୀଘ୍ର ୧୮୦୦ ବିଧାୟକଙ୍କ ସଂଖ୍ୟାକୁ ପାର୍ କରିବା ପାଇଁ ପୂରା ପ୍ରସ୍ତୁତ ଅଛି ।

ବିଜେପି ନେତା ଅମିତ୍ ମାଲଭିୟ ପାର୍ଟିର ପ୍ରଗତି ଯାତ୍ରା ଉପରେ ବିଶ୍ୱାସ ପ୍ରକଟ କରି ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ ଦୁଇ ବର୍ଷରେ ବିଜେପି ପୂରା ଦେଶରେ ୧୮୦୦ ବିଧାୟକଙ୍କ ସଂଖ୍ୟାକୁ ସହଜରେ ପାର କରି ନେବ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଥିବା ଏକ ପୋଷ୍ଟରେ ମାଲଭିୟ ବିଜେପିର ଏହି ଉଡାଣର ତୁଳନାର କଂଗ୍ରେସ ସହ ମଧ୍ୟ କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଏହି ଗତିରେ ବିଜେପି ଆଗାମୀ ଦୁଇବର୍ଷରେ ବିନା କୌଣସି ବାଧାରେ ୧୮୦୦ ସିଟ୍ ସଂଖ୍ୟା ଟପିବ । ମାଲଭିୟ କହିଛନ୍ତି ଯେ ୧୯୮୫ରେ କଂଗ୍ରେସ ନିଜର ଶ୍ରେଷ୍ଠ ସମୟରେ ପ୍ରାୟ ୨୦୧୮ ବିଧାୟକ ସଂଖ୍ୟା ଛୁଇଁଥିଲା ।

ସେ ଯୁକ୍ତି ରଖିଛନ୍ତି ଯେ ୧୯୮୦ରେ ରାଜନୀତିକ ପରିସ୍ଥିତି କ୍ଷମତାକୁ ମଜଭୁତ କରିବା ଓ ମତଦାତାଙ୍କୁ ପ୍ରଭାବିତ କରିବା ସହଜ କରାଉଥିଲା । କିନ୍ତୁ ବିଜେପିର ଉଦୟ ଧୀରେ ଧୀରେ, ଲଗାତାର ଓ କଠିନ ପରିଶ୍ରମରେ ହୋଇଛି । କଂଗ୍ରେସକୁ ଏହି ଶିଖର ବଂଶାନୁଗତ ଭାବେ ମିଳିଥିବା ବେଳେ ବିଜେପି ଏହାକୁ ପ୍ରତି ସିଟ୍, ପ୍ରତି ରାଜ୍ୟ ଓ ସଂଘର୍ଷରେ ଅର୍ଜନ କରିଛି । ନିଜ ପୋଷ୍ଟରେ ମାଲଭିୟ ଦୁଇ ରାଷ୍ଟ୍ରୀୟ ଦଳ ମଧ୍ୟରେ ତୁଳନାତ୍ମକ ବିଶ୍ଲେଷଣ କରି କହିଛନ୍ତି, ବିଜେପିର ସଫଳତା ନିରନ୍ତର ପରିଶ୍ରମର ଫଳ ଅଟେ । ସେ ଜୋର ଦେଇ ଲେଖିଛନ୍ତି ଯେ ପାର୍ଥକ୍ୟ ସ୍ପଷ୍ଟ ରହିଛି, କଂଗ୍ରେସକୁ ଶିଖର ମିଳିଛି, ବିଜେପି ଏହାକୁ ନିଜେ ହାସଲ କରିଛି ।