ନିଶାରେ ଆସିଲେ, ଆଖିବୁଜି ପିଟିଲେ : ଅଟୋ ଚାଳକ ପିନ୍ଧିଥିବା ସୁନା ନେଇ ଚମ୍ପଟ ମାରିଲେ

NEWS7
cbi-filed-a-case-against-delhi-cm-arvind-kejriwals-bungalow-renovation

ଭଦ୍ରକ ୨୭।୧: ଭଦ୍ରକରେ ଦିନକୁ ଦିନ ନିଶାଡିଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି । ଜଣେ ଅଟୋ ଚାଳକଙ୍କୁ ଆକ୍ରମଣ କରିବା ସହ ଲୁଟ୍ କରିଛନ୍ତି । ଭଦ୍ରକ ସହର ବାଇପାସ୍ ସ୍ଥିତ ପୋଲିସ ବ୍ୟାରେକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ରେଳ ଷ୍ଟେସନ ଚରମ୍ପା ଅଟୋ ଷ୍ଟାଣ୍ଡ ରୁ କେତେକ ଯାତ୍ରୀଙ୍କୁ ନେଇ ଚରମ୍ପା ବଉଳପୋଖରୀ ଗ୍ରାମର ଅଟୋ ଚାଳକ ମନୋଜ ମଳିକ ଭଦ୍ରକ ସହର ବାଇପାସ୍ ଅଭିମୁଖେ ବାହାରିଥିଲେ । ବାଇପାସ୍ ପୋଲିସ ବାରାକ ନିକଟରେ ଯାତ୍ରୀଙ୍କୁ ଓହ୍ଲାଇ ଅତି ଷ୍ଟାର୍ଟ କରୁଥିବା ବେଳେ ୧୦ରୁ ଅଧିକ ଯୁବକ ନିଶାଶକ୍ତ ଅବସ୍ଥାରେ ମନୋଜଙ୍କୁ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଟଙ୍କା, ପିନ୍ଧିଥିବା ସୁନା ଲୁଟି ନେଇଥିଲେ । ଆକ୍ରମଣରେ ମନୋଜଙ୍କ ହାତ ଭାଙ୍ଗିବା ସହ ଗୋଡରେ ଶକ୍ତ ଆଘାତ ଲାଗିବାରୁ ମନୋଜ ସେହି ସ୍ଥାନରେ ପଡିଯାଇଥିଲେ । ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିବାରୁ ଅଟୋରେ ଆସିଥିବା ପାସେଞ୍ଜର ମନୋଜଙ୍କ ନିକଟକୁ ଆସିବାରୁ ଲୁଟେରା ମାନେ ଛାଡି ପଳାଇଥିଲେ । କିନ୍ତୁ ମନୋଜଙ୍କ ମୋବାଇଲ ଭାଙ୍ଗି ଦେଇଥିବା ବେଳେ କିଛି ଟଙ୍କା ଓ ସୁନା ଚେନ୍‌କୁ ଲୁଟ୍ କରିନେଇଥିଲେ । ଖବର ପାଇଁ ଅଟୋ ଷ୍ଟାଣ୍ଡର ଚାଳକ ମାନେ ଆସି ମନୋଜକୁ ଆଣି ଟାଉନ ଥାନା ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ନିଜର ସୁରକ୍ଷା ପାଇଁ ଚରମ୍ପା ଅଟୋ ଷ୍ଟାଣ୍ଡରେ ଅଟୋ ଚାଳକ ମାନେ ପୋଲିସକୁ ନିବେଦନ କରିବା ସହ ଗୁରୁତର ମନୋଜ ମଧ୍ୟ ଥାନାରେ ଲିଖିତ ଏତଲା ଦେଇଛନ୍ତି ।