ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ମାମଲା

Published By : Prameya-News7 Bureau | July 08, 2024 IST

ପୁରୀ ୦୮/୦୭: ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁ ରେ କ୍ୟାପିଟାଲ ଥାନାରେ ଏତଲା । କଣ୍ଠଶିଳ୍ପୀ ରୁଙ୍କୁ ସୁନାଙ୍କ ନାଁରେ ମଧ୍ୟ ଏତଲା । ଏତଲା ଦେଇଛି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ । ଦୁହିଁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । 

ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ବି ନିନ୍ଦା କରାଯାଇଛି  । ଏହାସହ କୌଣସି ଷ୍ଟୁଡିଓରେ କାମ କରାଇ ନଦେବାକୁ ଧମକ ବି ଦିଆଯାଇଛି । ଆଗାମୀ ଦିନରେ ରାଜଧାନୀରେ ଗୋବର ମାଡ଼ କରାଇବାକୁ ଧମକ । ସୂଚନା ଥାଉକି, ପୁଣି ଥରେ ସମସ୍ୟାରେ ପଡିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁୁ ହୋଇଛି । 

ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ । ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.