ବେପରୁଆ ଅଧିକାରୀ; ଭତ୍ତା ନେବାକୁ ଭୋରରୁ ଲମ୍ବା ଧାଡ଼ି, କଷ୍ଟ ସହୁଛନ୍ତି ବୟସ୍କ ଓ ଭିନ୍ନକ୍ଷମ

Published By : Prameya-News7 Bureau | July 15, 2025 IST

ରାଉରକେଲା: ଭତ୍ତା ନେବାକୁ ଭୋରରୁ ଲମ୍ବା ଧାଡ଼ି। ବୟସ୍କ, ଭିନ୍ନକ୍ଷମ, ବିଧବା ଭତ୍ତା ପାଇବା ପାଇଁ ହିତାଧିକାରୀ ପାଉଛନ୍ତି କଷ୍ଟ। ଭତ୍ତା ସକାଳ୬ରୁ ପ୍ରଦାନ କରିବାକୁ ଥିବାବେଳେ, ହିତାଧିକାରୀ ବର୍ଷାରେ ବି ରାତି ୩ଟାରୁ ଲମ୍ବା ଲାଇନରେ ଛିଡା ହେଉଛନ୍ତି। ୪ରୁ ୫ ଘଣ୍ଟା ଛିଡ଼ା ହେବାବେଳେ ମିଳୁଛି ଭତ୍ତା । ଏମିତି ଅବ୍ୟବସ୍ଥା ରାଜ୍ୟର  ଉପାନ୍ତ ଅଞ୍ଚଳ ନୁହେଁ ବରଂ ରାଜ୍ୟର ଦ୍ଵିତୀୟ ସ୍ମାର୍ଟ ସିଟି ରାଉରକେଲା ଉଦିତ ନଗରରେ ଦେଖିବାକୁ ମିଳିଛି। 

ହିତାଧିକାରୀଙ୍କ ଅଭିଯୋଗ ଯେ ବୟସ୍କ ସହ ରୋଗୀଣା ହିତାଧିକାରୀଙ୍କୁ ଘରେ ଭତ୍ତା ପ୍ରଦାନ କରିବା ସରକାରୀ ବ୍ୟବସ୍ଥା ଥିବା ବେଳେ ତାହା ପାଳନ ନ କରିବାରୁ ବାଧ୍ୟ ହୋଇ ଲାଇନରେ ଛିଡା ହେବାକୁ ପଡ଼ୁଛି । ଅନ୍ୟ ପକ୍ଷରେ ଅଧିକାରୀ କହୁଛନ୍ତି ଲାଇନରେ ଆସିବା ବଧ୍ୟାତା ମୂଳକ। ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ କଥା ପଚାରିଲେ ଉତ୍ତର ଯେ ସେ ଜାଣି ନାହାନ୍ତି କହି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଚାର ସେ  କହି ପାରିବେ ବୋଲି କହୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.