ଜଗତସିଂହପୁର ୧୧।୪: କଟକ-ମାଛଗାଁ ଜାତୀୟ ରାଜପଥ ଜୟଶୋଳ ଛକ ନିକଟରେ କଲଭର୍ଟ ତଳକୁ ଖସିଲା କାର୍ । ଘଟଣା ସ୍ଥଳରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଓ ଭାଣିଜୀ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ହେଉଛନ୍ତି ଜିସା ଫରାନା । ଗୁରୁତର ହେଉଛନ୍ତି ପୁଅ ୟୁନୁଦ ଇସମାଇଲ ଓ ଭାଣିଜୀ ନ୍ୟାୟଭିଶ ।
ନବା ପାଟଣାରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଏକ କାର୍ରେ କଟକରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗାଡି ପୋଲ ତଳକୁ ଖସି କେନାଲରେ ପଡିଯାଇଥିଲା ।
You Can Read: