ଭୁବନେଶ୍ୱର ୨୫/୦୮: ଏଣିକି ଚାଲାଣକାରୀ ନୁହେଁ ମାଷ୍ଟରମାଇଣ୍ଡକୁ ଧର । କ୍ୟାମ୍ପସ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧ । ଚୋରା ନିଶା କାରବାର ରୋକିବାକୁ ଲୋକସେବା ଭବନରେ ବସିଥିଲା ବୈଠକ । ବୈଠକରେ ଚୋରା ନିଶା କାରବାର ରୋକିବାକୁ ବୈଠକରେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ।
ବୈଠକରେ କୁହାଯାଇଛି, ନିଶା ଚାଲାଣକାରୀ ନୁହେଁ, ମାଷ୍ଟରମାଇଣ୍ଡକୁ ଧରିବା ଉପରେ ଗୁରୁତ୍ୱ ଦିଅ । ଏମିତିକି କ୍ୟାମ୍ପସ୍ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିଷ୍ପତ୍ତି । ସ୍କୁଲ୍, କଲେଜ ଅଂଚଳରେ ନିଶା କାରବାର ରୋକିବାକୁ ପ୍ରାଧାନ୍ୟ ଦିଆଯାଇଛି । ବ୍ୟାପକ ଏନଫୋର୍ସମେଣ୍ଟ କରିବା ନେଇ ବୈଠକରେ ଆଲୋଚନା ହୋଇଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଯେଉଁଥିରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର କେ ଶର୍ମା, କ୍ରାଇମ ବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର, ଆଇଜି ସାର୍ଥକ ଷଡ଼ଙ୍ଗୀ ଏବଂ stf SP ରବି ନାରାୟଣ ଶତପଥୀ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।