ଫୁଟବଲ ଗୋଲକିପରରୁ କ୍ରିକେଟର ବେଷ୍ଟ ଓ୍ୱିକେଟ କିପର, Happy Birthday କ୍ୟାପ୍‌ଟେନ୍ କୁଲ୍‌

Published By : Prameya-News7 Bureau | July 07, 2025 IST

ନୂଆଦିଲ୍ଲୀ ୦୭/୦୭: କ୍ୟାପଟେନ୍ କୁଲ୍ । କ୍ରିକେଟ୍ ଜଗତର ମାଇଲଷ୍ଟାନ୍ । ଟିମ୍ ଇଣ୍ଡିଆର ସଫଳ ଅଧିନାୟକ୍ । ଦଳକୁ ପରାଜୟରୁ ବିଜୟ ଧାରାକୁଆଣିବାର ସେ ସୂତ୍ରଧର । ଡେଥ୍ ଓଭରରେ ବିସ୍ଫୋରକ ବ୍ୟାଟିଂ । ବେଷ୍ଟ ଫିନିସର, ପଡିଆରେ ଦେଖିବାକୁ ମିଳେ ଚପଳାମୀ । ଆଗ୍ରେସିଭ୍ ନେସ୍ ଜଣେ ଭଲ ପରାମର୍ଶଦାତା । ଓିିକେଟ ପଛରେ ରହି ଚଳାନ୍ତି ଗୋଟି। ତାଙ୍କ ସତରଞ୍ଜୀ ଚାଲ୍ ଆଗେ ଫେଲ ମାରନ୍ତି ବିରୋଧୀ । 

ବିଚକ୍ଷଣ ବୁଧିରେ ଚକ୍‌ମା ଖାଆନ୍ତି ବୋଲର । ଡିସେଣ୍ଟ ଖେଳର ସେହି ଡିସେଣ୍ଟ ପ୍ଲେୟାରଙ୍କ ଆଜି ହେଉଛି ବର୍ଥ ଡେ । ୪୪ ବର୍ଷରେ ପାଦ ଥାପିଛନ୍ତି ସେହି ମହାନ  ସେଳାଳି। ଆଜି ଖ୍ୟାତ ସତ  କିନ୍ତୁ ସଫଳତାର ଶୀର୍ଷ ଛୁଇଁଁବା ଯାତ୍ରା ଥିଲା ବେଶ୍ କଷ୍ଟସାଧ୍ୟ

୭ ଜୁଲାଇ ୧୯୮୧ ବିହାର, ରାଞ୍ଚିରେ ଜନ୍ମ । ପିଲାଟି ଦିନରୁ କ୍ରିକେଟ ପ୍ରତି ନଥିଲା ଆଗ୍ରହ । ଫୁଟବଲ୍ ଥିଲା ପ୍ରିୟ ଖେଳ । ଇଛା ଥିଲା ଗୋଲକିପର ହେବାକୁ । 


କିନ୍ତୁ ସ୍କୁଲ ଶିକ୍ଷକ ବଦଳାଇଥିଲେ ଜୀବନର ଟ୍ରାକ୍ । ଧୀରେ ଧୀରେ ତାଙ୍କର କ୍ରିକେଟ୍ ପ୍ରତି ବଢିଥିଲା ଆଗ୍ରହ । ପରିବାରର ଆଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ପାଠପଢା ସହ ରଳବାଇରେ ଟିକେଟ୍ କଲେକ୍ଟର ଭାବେ କାମ କରିଥିଲେ ଏମ୍ଏସ୍ । ଚାକିରି ସିନା କଲେ, ହେଲେ ବାପା ମାଆଙ୍କ ଆକଟକୁ କାଟି ଚାକିରିି ଛାଡି ପୁଣି କ୍ରିକେଟକୁ କ୍ୟାରିୟର କରିବାକି ବଳାଇଥିଲେ ମନ । ଆଉ ପାଲଟି ଗଲେ ସେ ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ।

ପ୍ରତି ICC ଟ୍ରଫି ମହେନ୍ଦ୍ର ସିଂହ ଧାେିନୀଙ୍କ ମଥାସର ମଣି ପରି ଚମକେ । ଧୋନୀ ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏକି ଜିତିଛନ୍ତି ICC ଟ୍ରଫି- ଚାମ୍ପିଅନ୍ସ ଟ୍ରଫି, ODI ବିଶ୍ୱକପ୍ ସହ T20 ବିଶ୍ୱକପ୍ ଜିତିଛନ୍ତି । ୨୦୦୪ ରେ ଭାରତ ପାଇଁ ODIରେ କରିଥିଲେ ଡେବ୍ୟୁ । ୨୦୦୭ରେ ସେ ହେଲେ ଟିମ୍ ଇଣ୍ଡିଆର ଅଧିନାୟକ । ସେବେଠୁ ଆଉ ପଛକୁ ଫେରି ଚାହିଁନଥିଲେ ମହାନ ତାରକା । ତାଙ୍କ ଅଧିନାକତ୍ୱରେ ଟିମ୍ ଇଣ୍ଡିଆ ୨୮ ବର୍ଷ ପରେ ଜିତିଥିଲା ବିଶ୍ୱକପ୍ ଟାଇଟଲ୍ । ଫାଇନାଲ ମ୍ୟାଚ୍‌ରେ ୯୧ ରନ୍‌ର ବିସ୍ଫୋରକ ପାଳି ଆଜି ବି ଦର୍ଶକଙ୍କ ହୃଦୟରେ । ଆଜି ବି ସେ ମାରିଥିବା ଛକା ପ୍ରଶଂସକଙ୍କ ମନରେ ଜୀବିତ ।


  • Ms dhoni
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.