Scb tragedy: ବିଳମ୍ୱରେ ପହଞ୍ଚିଥିଲା କି ଆମ୍ୱୁଲାନ୍ସ? ଅଗ୍ନିକାଣ୍ଡ ପରେ ତେଜିଲା ରାଜନୀତି

NEWS7
captain-amarinder-singh-may-form-new-party-soon

କଟକ ୧୬/୦୩: କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିକାଣ୍ଡରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧o ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଏସସିବିର ଟ୍ରମା କେୟାର ହସ୍ପିଟାଲରେ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।

 

ତେବେ ବଡ଼ ଅଗ୍ନିକାଣ୍ଡକୁ ତେଜିଛି ରାଜନୀତି । କଟକ SCB ମେଡ଼ିକାଲରେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଅଗ୍ନି ନିରାପତ୍ତା ଠିକରେ କାମ କରିନି । sprinklers କାମ କରିନି । ଯେଉଁମାନେ ଷ୍ଟାଫ ସେ ମାନେ କଣ୍ଟ୍ରୋଲ କରିବାରେ ବିଫଳ ହୋଇଛନ୍ତି । ଏହା ନିଶ୍ଚିତ ଭାବେ ଅବହେଳା । ୧୦ ଜଣ ଙ୍କ ମୃତ୍ୟ ଘଟିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଦରକାର । ସମ୍ପୂର୍ଣ ଅବେହେଳା ହୋଇଛି ବୋଲି କହିଲେ ସୋଫିଆ ଫିର୍ଦ୍ଦୋଷ ।

 

ସେହିଭଳି କଟକ SCBରେ ପହଁଞ୍ଚିଥିଲେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ । ସୌଭିକ ବିଶ୍ବାଳଙ୍କ ପ୍ରତିକ୍ରିୟାରେ ୧୩ ଜଣ ଆହତ ଅଛିନ୍ତି । SCBରେ ଅନ୍ୟବେଡରେ ଟ୍ରିଟ୍ମେଣ୍ଟ ହେଉଛନ୍ତି । ଅବେହେଳାକୁ ରୋକିବା ପାଇଁ ପଦକ୍ଷେପ ନେବୁ । ଜୁଡିସିଆଲ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏମିତି ଆଉ ଘଟଣାର ପୁନାରବୃତ୍ତି ନ ହେଉ।

ଅନ୍ୟପଟେ ଘଟଣାକୁ ନେଇ ଖୁବ୍ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ସେ କହିଛନ୍ତି ଆମ୍ବୁଲାନ୍ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିବା ଗ୍ରହଣୀୟ ନୁହେଁ । ଅଗ୍ନି ନିର୍ବାପକ ବ୍ୟବସ୍ଥା ଅପରେସନାଲ ନଥିବାରୁ ଏଭଳି ଘଟିଲା ବୋଲି ସୁବାସ କହିଛନ୍ତି । ସରକାରଙ୍କ ଦୁର୍ବଳତା କାରଣରୁ ଏଭଳି ଘଟିଲା ବୋଲି କହିଲେ ସୁବାସ । ଓଡ଼ିଶା ବାସୀ କାହାକୁ କ୍ଷମା କରି ନାହାନ୍ତି, ସରକାର ଚେତି ଯାଆନ୍ତୁ ବୋଲି କହିଛନ୍ତି ।

also read...

SCB ଅଗ୍ନିକାଣ୍ଡ: ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା, ଯିବେ ହସ୍ପିଟାଲ, ଆହତଙ୍କୁ ଭେଟିବେ