LIVE TV
LIVE TV

IIT ଦିଲ୍ଲୀ ତିଆରି କରିଛି ମଶା ନିରୋଧୀ ଡିଟର୍ଜେଣ୍ଟ, କାମୁଡିବା ଦୂରର କଥା ପାଖକୁ ଆସିବେନି

NEWS7
capital-hospital-fully-preparation-for-holi

ନୂଆଦିଲ୍ଲୀ ୨୮।୧୧: ଗରମ ଦିନେ ମଶା କାମୁଡିବା ଏକ ସାଧାରଣ କଥା। ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଧୂଆଁ, ଧୂପ, ମଶାରୀ ଆଦି ଅନେକ ଉପାୟ କରନ୍ତି, ତଥାପି ମଶା କାମୁଡି ଥାନ୍ତି। ତେବେ ଆଇଆଇଟି ଦିଲ୍ଲୀ ରିସର୍ଚ୍ଚ ଟିମ୍ ଏହାର କାଟ ଖୋଜି କାଢିଛନ୍ତି। ରିସର୍ଚ୍ଚ ଟିମ୍ ଏପରି ଏକ ଡିଟର୍ଜେଣ୍ଟ ତିଆରି କରିଛନ୍ତି ଯେଉଁଥିରେ ପୋଷାକ ଧୋଇଲେ ଏହା ମଶା ନିରୋଧୀ ହୋଇଯାଏ। ମଶା କାମୁଡିବା ଦୂରର କଥା ପାଖକୁ ବି ଆସିବେନି।

ଏହି ଡିଟର୍ଜେଣ୍ଟର ଖାସ କଥା ହେଉଛି ଏହା କେବଳ ପୋଷାକ ସଫା କରିବା କାମ କରେନି ବରଂ ଧୂଆ ହୋଇଥିବା ପୋଷାକରେ ଏକ ରିପେଲେଣ୍ଟ କୋଟିଂ ତିଆରି କରିଥାଏ। ଏହି କୋଟିଂ ଯୋଗୁ ମଶା ପୋଷାକ ପାଖକୁ ଆସୁ ନାହାନ୍ତି। ରିସର୍ଚ୍ଚ ଟିମ୍ ଏବେ ଏହାର ପେଟେଣ୍ଟ ପାଇଁ ଆବେଦନ କରିଛନ୍ତି। ଆଇଆଇଟି ଦିଲ୍ଲୀର ଟେକ୍ସଟାଇଲ ଆଣ୍ଡ ଫାଇବର ଇଞ୍ଜିନିୟରିଂ ବିଭାଗ ଟିମର ପ୍ର.ଜାଭେଦ ନବୀବକ୍ସ ଶେଖ୍ ଙ୍କ ନେତୃତ୍ୱରେ ଏହି ଡିଟର୍ଜେଣ୍ଟକୁ ପ୍ରସ୍ତୁତ କରାଯାଇଛି। ପ୍ର. ଜାଭେଦ କହନ୍ତି ଏହି ଡିଟର୍ଜେଣ୍ଟ ଅନ୍ୟ ଡିଟର୍ଜେଣ୍ଟ ଭଳି ଲୁଗା ଧୁଆ କାମରେ ଲାଗେ ଓ ଲୁଗାକୁ ସଫା କରେ ତେବେ ଏହି ଡିଟର୍ଜେଣ୍ଟରେ ଲୁଗା ଧୋଇଲେ ଏଥିରେ ଏକ ଖାସ ଲେୟାର ତିଆରି ହୋଇଯାଏ। ଏହି ଲେୟାର ମଶାଙ୍କୁ ପାଖକୁ ଆସିବାକୁ ରୋକେ।

ପ୍ର.ଜାଭେଦ କହିଛନ୍ତି ଆମେ ଏହି ଡିଟର୍ଜେଣ୍ଟ ଏଥିପାଇଁ ତିଆରି କରିଛୁ ଯେ ଲୋକେ ଆଉ ସ୍ପ୍ରେ ଓ କ୍ରିମ ବ୍ୟବହାର କରିବେନି ଓ କପଡା ଧୋଇ ନିଜକୁ ନିଜେ ସୁରକ୍ଷିତ କରିପାରିବେ। ଏହା ଡିଟର୍ଜେଣ୍ଟ ପାଉଡର ଓ ଲିକ୍ୱିଡ ଆକାରରେ ମିଳିବ। ଏହାକୁ ସାଧାରଣ ଭାବେ ଲୁଗା ଧୋଇବା ପାଇଁ ବ୍ୟବହାର କରିହେବ। ଏହାର ଟେଷ୍ଟିଂ ଇଣ୍ଡଷ୍ଟ୍ରିର ଲ୍ୟାବ୍ ଓ ହେଡ ଇନ କେଜ୍ ରେ ହୋଇଛି। ଟେଷ୍ଟିଂ କାଳରେ ଭଲେଣ୍ଟିୟର ସେମାନଙ୍କ ହାତକୁ ଡିଟର୍ଜେଣ୍ଟରେ ଧୂଆ ଯାଇଥିବା କପଡାରେ ଘୋଡାଇ ମଶା ଭରା ବାକ୍ସରେ ପୁରାଇଥିଲେ। ଏଥିରୁ ପରିଣାମ ଏହା ମିଳିଥିଲା ଯେ କପଡାରେ ମଶାଙ୍କ ସଂଖ୍ୟା ବହୁତ କମ ହୋଇଯାଇଥିଲା। ଏହାର କାରଣ ହେଉଛି କପଡାର ଲେୟର ମଶାଙ୍କ ଗନ୍ଧ ଓ ସ୍ୱାଦ ସମ୍ବେଦନକୁ ପ୍ରଭାବିତ କରିଛି। ଏହି କପଡା ଉପରେ ମଶା ବସୁ ନାହାନ୍ତି, ଏଣୁ ସେମାନେ କାମୁଡି ମଧ୍ୟ ପାରୁ ନାହାନ୍ତି। ଏଣୁ ଏହି ଡିଟର୍ଜେଣ୍ଟରେ ଲୁଗା ଧୋଇ ପିନ୍ଧିଲେ ମଶା କାମୁଡାରୁ ରକ୍ଷା ମିଳିବା ସହ ସଂକ୍ରମଣରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ।