କ୍ୟାନ୍‌ସର ଓ ମଧୁମେହ ରୋଗୀଙ୍କୁ ଝଟକା! ମହଙ୍ଗା ହେବ ଜରୁରୀ ଔଷଧର ମୂଲ୍ୟ

Published By : Prameya-News7 Bureau | March 26, 2025 IST

ନୂଆଦିଲ୍ଲୀ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମହଙ୍ଗା ମାଡ଼ ହେବ। ବଢ଼ିବ ବିଭିନ୍ନ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ । କ୍ୟାନ୍‌ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବିଜନେସ୍ ଟୁଡେର ଖବର ମୁତାବକ, ଜରୁରୀ ମେଡିସିନ ଦାମ୍ ୧.୭ ପ୍ରତିଶତ ବଢ଼ିପାରେ ବୋଲି କୁହାଯାଉଛି । 

କହିଁକି ବଢ଼ିବ ଔଷଧର ମୂଲ୍ୟ?

ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧ ଗୁଡ଼ିକର ଦାମ୍ ବଢ଼ିଲେ ଫାର୍ମା କମ୍ପାନି ଗୁଡ଼ିକୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଫାର୍ମା ଇଣ୍ଡଷ୍ଟ୍ରୀରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କାଞ୍ଚା ମାଲ୍ ଏବଂ ଅନ୍ୟ ଖର୍ଚ୍ଚ ବଢ଼ୁଥିବାରୁ କେନ୍ଦ୍ର ସରକାର ଔଷଧର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି ।   

ବଜାରରେ ନୂଆ ମୂଲ୍ୟର ପ୍ରଭାବ କେବେ ପଡ଼ିବ?

କ୍ୟାନ୍‌ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ଆସନ୍ତା ଦୁଇରୁ ତିନି ମାସ ଭିତରେ ପଡ଼ିବ । କାରଣ ୯୦ ଦିନର ଔଷଧ ଷ୍ଟକ୍ ପୂର୍ବରୁ ରହିଛି ।  

ଫାର୍ମା କମ୍ପାନି ଉପରେ ନିୟମ ଉଲ୍ଲଙ୍ଘନର ଅଭିଯୋଗ ରହିଛି:

ଫର୍ମା ଇଣ୍ଡଷ୍ଟ୍ରୀର କମ୍ପାନିମାନଙ୍କ ଉପରେ ବାରମ୍ବାର ନିୟମ ଉଲ୍ଲଙ୍ଘନର ଅଭିଯୋଗ ରହିଛି । ସଂସଦୀୟ ସ୍ଥାୟୀ କମିଟିର ନିୟମ ଅନୁଯାୟୀ, ଫାର୍ମା କମ୍ପାନିଗୁଡ଼ିକ ମୂଲ୍ୟ ବୃଦ୍ଧି ସୀମାକୁ ଉଲ୍ଲଙ୍ଘନ କରିଛି ।  ଏନେଇ ଏନପିପିଏରେ ୩୦୭ଟି ମାମଲା ରୁଜୁ ହୋଇଛି । ଏନପିପିଏ ୨୦୧୩ରେ ଡ୍ରଗ୍ସ ପ୍ରାଇସ୍  କଣ୍ଟ୍ରୋଲ ଅର୍ଡର ଆଧାରରେ ଔଷଧର ଦାମ୍‌କୁ ଧାର୍ଯ୍ୟ କରିଥିଲା । ସମସ୍ତ ଫର୍ମା କମ୍ପାନି ଧାର୍ଯ୍ୟ ସୀମାରେ ଔଷଧର ମୂଲ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୂରାରୋଗର ମେଡିସିନ୍ ମୂଲ୍ୟ କମିଲେ ରୋଗୀଙ୍କୁ ଲାଭ ହୋଇଥାଏ । ୨୦୨୨ରେ ଦାମ୍ ନିୟନ୍ତ୍ରଣ ପାଇଁ ବର୍ଷକୁ ପ୍ରାୟ ୩୭୯୯ କୋଟି ଟଙ୍କାର ଲାଭ ହୋଇଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.