Union Budget 2026-27: ଚାକିରି ନାହିଁ ଓ ଉତ୍ପାଦନ ଫେଲ୍, ଦେଶର ସମସ୍ୟା ପ୍ରତି ଅନ୍ଧ ଏହି ବଜେଟ୍: ରାହୁଲ ଗାନ୍ଧୀ

NEWS7
can-technology-replace-humans-pm-modi-answers-the-most-asked-question-

ନୂଆଦିଲ୍ଲୀରବିବାର,୧ ଫେବୃଆରୀରେକେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ୫୩.୪୭,୩୧୫ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନକରିଛନ୍ତି। ଏହା ତାଙ୍କର ନବମ ବଜେଟ୍ ଥିଲା।୮୦ ମିନିଟ ପର୍ଯ୍ୟନ୍ତ ସେ ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ ସରିବା ପରେ ବିରୋଧୀ ଦଳର ନେତାଙ୍କ ମଧ୍ୟରୁ ପ୍ରତିକ୍ରୟା ସାମ୍ନାକୁ ଆସିଛି।ରାହୁଲ ଗାନ୍ଧୀ ବଜେଟରୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶ ବର୍ତ୍ତମାନ ଯେଉଁ ସୁଧାର ଆବଶ୍ୟକ ମନେ କରୁଛି ସେ ଦିଗରେ କୌଣସି ଘୋଷଣା ନାହିଁ। ଭାରତର ପ୍ରକୃତ ସମସ୍ୟା ପ୍ରତି ଏହି ବଜେଟ୍ ସମ୍ପୂର୍ଣ୍ଣ ଅନ୍ଧ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଏଥିସହିତ ଦେଶରେ ଯୁବକଙ୍କ ବେକାରୀ ସମସ୍ୟା, ଉତ୍ପଦାନ ଫେଲ୍ ମାରିବା,ଏବଂ କୃଷକଙ୍କର ଅଭାବୀ ବିକ୍ରି ସମସ୍ୟାକୁ ନେଇ ରାହୁଲ ବଜେଟକୁ ସମାଲୋଚନା କରିଛନ୍ତି।

ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି“ ବିନା ଚାକିରିରେ ଯୁବକ,ହ୍ରାସ ପାଉଥିବା ଉତ୍ପାଦନ, ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର,ପରିବାରର ସଞ୍ଚୟ ହ୍ରାସ ପାଉଛି, କୃଷକ ଅଭାବୀ ବିକ୍ରିର ଶିକାର ହେବା,ଆସନ୍ନ ବିଶ୍ୱ ବିପଦ, ଏ ସମସ୍ତ ଘଟଣାକୁ ଅଣଦେଖା କରାଯାଇଛି।ଏହା ଏମିତି ଏକ ବଜେଟ୍ ଯାହା ସୁଧାର କରିବାକୁ ଚାହୁଁନି ଓ ଭାରତର ପ୍ରକୃତ ସମସ୍ୟା ବିଷୟରେ ଅବଗତ ନାହିଁବୋଲି ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀଙ୍କ ମତକୁ ଯୋଡ଼ି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ବଜେଟ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ପାଖରେ ନୂଆ ଆଇଡିଆ ଶେଷ ହେଉଛି, ଏବଂ ବଜେଟ୍ ଭାରତର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ଚ୍ୟାଲେଞ୍ଜ ନେଇ ଉତ୍ତର ଦେବା ବଦଳରେ ଅଧିକ ପ୍ରଶ୍ନ ଛିଡ଼ା କରୁଛି।

ଖଡ଼ଗେ କହିଛନ୍ତି “ ଗରିବଙ୍କ ପାଇଁ ଏଥିରେ କିଛି ନାହିଁ। ମହଙ୍ଗା ବଜାରକୁ ରୋକିବା ପାଇଁ ସେମାନେ କୌଣସି ସମାଧାନ, ସକାରାତ୍ମକ ପ୍ରସ୍ତାବ କିମ୍ବା ଦୃଢ଼ ପଦକ୍ଷେପ ବିଷୟରେ ଉଲ୍ଲେଖ କଲେ ନାହିଁ। ଅର୍ଥନୈତିକ ସର୍ଭେରେ ବାଣିଜ୍ୟ ଅସ୍ଥିରତା ଭାରତ ପାଇଁ ଏକ ବଡ଼ ଆହ୍ୱାନ ବୋଲି କୁହାଯାଇଥିଲା। ତେବେ ବଜେଟ୍ରେ ଏହି ସମସ୍ୟାକୁ ସ୍ୱୀକାର କରିବାକୁ ବଡ଼ କୁଣ୍ଠା ପ୍ରକାଶ କରାଯାଇଛି। ସେହିବଳି ଖସୁଥିବା ମୁଦ୍ରା ମୂଲ୍ୟକୁ ରୋକିବା ପାଇଁ ସେମାନଙ୍କ ପାଖରେ କୌଣସି ଯୋଜନା ନାହିଁ।”

ଖଡ଼ଗେ ଆହୁରି କହିଛନ୍ତି "ବଜେଟରେ ଗ୍ରାହକଙ୍କ ଚାହିଦାକୁ ପୁନଃ ବଢ଼ାଇବାକୁ କୌଣସି ଉଦ୍ଦେଶ୍ୟ ଦେଖାଯାଉ ନାହିଁ। ଘରୋଇ ସଞ୍ଚୟରେ ହ୍ରାସ ଏବଂ ବ୍ୟକ୍ତିଗତ ଋଣର ବର୍ଦ୍ଧିତ ବୋଝକୁ ମଧ୍ୟ ଅଣଦେଖା କରାଯାଇଛି। ଶିକ୍ଷିତ ଯୁବକ ଯୁବତୀଙ୍କ ମଧ୍ୟରେ ବ୍ୟାପକ ବେକାରୀ ସଙ୍କଟର କୌଣସି ସମାଧାନ ନାହିଁ।"