ସାବଧାନ ବୁଲୁଛି ଥଣ୍ଟିଆ କୁମ୍ଭୀର, ମୁଣ୍ଡଳୀ ବ୍ରିଜ୍‌ରେ ଲାଗିଛି ଗହଳି

NEWS7
cabinet-okays-creation-of-new-south-coast-railway-zone-under-railways

ଆଠଗଡ଼ ୧୬/୦୧: ମହାନଦୀରେ କୁମ୍ଭୀର ଆତଙ୍କ । ସେପଟେ କୁମ୍ଭୀରକୁ ଦେଖିବାକୁ ମୁଣ୍ଡଳୀ ସେତୁ ଉପରେ ଲୋକଙ୍କ ଭିଡ଼ । କଟକ ମୁଣ୍ଡଳୀ ପାଖ ସେଟୁ ନିକଟ ମହାନଦୀ ପଠା ନଦୀ ବାଲିରେ ଶୋଇଥିବା ଦେଖିବାକୁ ମିଳିଥିଲା । କିଛି ଲୋକ କୁମ୍ଭୀର ଟିକୁ ଟେକା ପଥର ଫିଙ୍ଗିବା ସହିତ ବିରକ୍ତି କରୁଥିବା ଦେଖିବକୁ ମିଳିଛି । 

କୁମ୍ଭୀରଟି ଥଣ୍ଟିଆ କୁମ୍ଭୀର ପ୍ରଜାତିର ହୋଇଥିବାବେଳେ ଲମ୍ବ ୫ରୁ୬ ଫୁଟ୍ ବୋଲି ଅନୁମାନ କରାଯାଉଛି । ସାତକୋଶିଆରୁ କୁମ୍ଭୀରଟି ଚାଲି ଆସିଛି ତା ଦେହରେ ଜିପିଏସ ଲାଗିଛି । ତେଣୁ ଏହି ପ୍ରଜାତିର କୁମ୍ଭୀରମାନେ ସାଧାରଣ ମାଛ ଖାଉଥିବା ବେଳେ ଲୋକମାନଙ୍କୁ କୌଣସି କ୍ଷତି କରିନଥାନ୍ତି । ଲୋକମାନେ ଭୟଭୀତ ନହେବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି । 

ସୂଚନା ଥାଉକି, ଗତି କିଛିଦିନ ତଳେ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା । କଟକ ଯୋବ୍ରା ବ୍ରିଜ ନିକଟ ମହାନଦୀରେ ବିରାଟ କୁମ୍ଭୀର ଦେଖି ଆତଙ୍କିତ ହୋଇପଡିଥିଲେ  ଲୋକେ । କୁମ୍ଭୀର ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଲାଗିଛି । ପ୍ରାୟ ୧୮ ଫୁଟ୍‌ର ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି କଟକ ଯୋବ୍ରା ଆନିକଟରେ । କୁମ୍ଭୀରଟି ପାଣି ଉପରକୁ ଆସି ବିଶ୍ରାମ କରୁଥିବା ଲୋକେ ଦେଖିଥିଲେ ।