ବୁଧବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ନୂଆ ଢାଞ୍ଚା ଗଠନ ପରେ ପ୍ରଥମ ମିଟିଂ

Published By : Prameya-News7 Bureau | May 28, 2025 IST

ଭୁବନେଶ୍ୱର ୨୮।୦୫ : ବୁଧବାର ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। 

ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଥର ବୈଠକ ଭିନ୍ନ ଢଙ୍ଗରେ ବସିବ। କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କର ଗୁରୁତ୍ୱ ବଢ଼ିବ। ଅଫିସରମାନଙ୍କ କ୍ଷମତାକୁ ଗୌଣ କରାଯିବ । ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଲେ ଅନ୍ୟ କୌଣସି ସଚିବ ବୈଠକ ଗୃହରେ ଉପସ୍ଥିତ ରହିବେ ନାହିଁ । ଆବଶ୍ୟକ ପଡ଼ିଲେ ହିଁ ସଚିବଙ୍କୁ କ୍ୟାବିନେଟ କକ୍ଷକୁ ଡକାଯିବ । ବିଭାଗର ପ୍ରସ୍ତାବ, ନିଷ୍ପତ୍ତି ଓ ଏହାର ଉଦ୍ଦେଶ୍ୟ ନେଇ ମନ୍ତ୍ରୀ ରଖିବେ ଉପସ୍ଥାପନ। ଆବଶ୍ୟକସ୍ଥଳରେ ପଚାରିଲେ ହିଁ ସଚିବ ରଖିବେ ଉତ୍ତର। ପୂର୍ବ ସରକାର ସମୟରେ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ତୁଳନାରେ ଅଫିସରଙ୍କ ଗୁରୁତ୍ୱ ଅଧିକ ଥିଲା। ମାତ୍ର ରାଜ୍ୟରେ ସରକାର ବଦଳିବା ପରେ ଢାଞ୍ଚା ବଦଳୁଛି । ମୋହନ ସରକାରରେ ଅଫିସରଙ୍କ ତୁଳନାରେ ନିର୍ବାଚିତ ଜନପ୍ରତିନିଧି ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ଗୁରୁତ୍ୱ ବଢ଼ିଛି । ଦିନ କେଇଟା ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ । ତେଣୁ କ୍ୟାବିନେଟରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.