LIVE TV

ବିବାହ ସ୍ଥଗିତ ପାଇଁ ପଲାଶ ନେଇଥିଲେ ନିଷ୍ପତ୍ତି, ଗାୟକଙ୍କ ମାଆ କଲେ ଖୁଲାସା

NEWS7
c-voter-survey-report-out-for-delhi-assembly-elections

ନୂଆଦିଲ୍ଲୀ ୨୭।୧୧; କ୍ରିକେଟର ସ୍ମୃତି ମନ୍ଧାନା ଏବଂ ମ୍ୟୁଜିକ କମ୍ପୋଜର ପଲାଶ ମୁଛାଲ। ହାତଗଣ୍ଠି ପଡ଼ିବାକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ ବିବାହ ସ୍ଥିଗିତକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ଅଛି । ଏବେ ବିବାହକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଉ ଏବେ ପଲାଶଙ୍କର ଜଣେ ଲେଡିଙ୍କ ସହ ପର୍ସନାଲ୍ ଚାର୍ଟ ଭାଇରାଲ୍ , ଚର୍ଚ୍ଚାକୁ ଯୋଗାଇଛି ଖୋରାଗ । ଏହି ଖବର ସାମ୍ନାକୁ ଆସିବାପରେ ସ୍ମୃତି ଓ ପଲାଶଙ୍କ ବିବାହକୁ ନେଇ ଅନେକ ପ୍ରକାର ଗୁଜବ ଖବର ଘୁରି ବୁଲୁଛି। ଯେମିତି କି ସ୍ମୃତି ଓ ପଲାଶଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି କି ଫାଟ? ଆଗକୁ ବିବାହ ହେବ କି ନାହିଁ? ବିବାହ ସ୍ଥଗିତ ସ୍ମୃତିଙ୍କ ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟା ନଆଉ କିଛି କାରଣ ରହିଛି?

ଲୋକଙ୍କ ପ୍ରଶ୍ନର ଉତ୍ତର ଦେଲେ ପଲାଶଙ୍କ ମାଆ

ଲୋକଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇଛନ୍ତି ପଲାଶ ମୁଛଲଙ୍କ ମାଆ ଅମିତା ମୁଛଲ । ସେ କହିଛନ୍ତି, ‘ ବିବାହ ସ୍ଥଗିତ ରଖିବାର ନିଷ୍ପତ୍ତି ପ୍ରଥମେ ପୁଅ ପଲାଶ ନେଇଥିଲା। ପଲାଶ ନିଷ୍ପତ୍ତିରେ ସ୍ମୃତି ସହମତି ଦେଖାଇଥିଲେ। ସ୍ମୃତିଙ୍କ ବାପା ଶ୍ରୀନିବାସଙ୍କ ସହିତ ପଲାଶ ବହୁତ ନିକଟତର। ଯେତେବେଳେ ପଲାଶ ତାଙ୍କ ଭାବି ଶ୍ବଶୁରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇଥିଲେ ସେ ସଙ୍ଗେ ସଙ୍ଗେ ବିବାହ ପାଇଁ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମକୁ ଅଧାରୁ ଅଟକାଇ ଦେଇ ବିବାହକୁ ସ୍ଥଗିତ ରଖିବାକୁ କହିଥିଲା। ଆଉ କହିଥିଲା, ‘ଯେ ପର୍ଯ୍ୟନ୍ତ ଶ୍ବଶୁର ସୁସ୍ଥ ହୋଇ ନାହାନ୍ତି ସେ ବିବାହ କରିବ ନାହିଁ।

ଅସୁସ୍ଥ ଅଛନ୍ତି ପଲାଶ

ଏପଟେ ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ପରେ ପଲାଶଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା। କାମ ଚାପ ହେତୁ ଭାଇରାଲ୍ ସଂକ୍ରମଣ ଏବଂ ଏସିଡିଟି ଯୋଗୁଁ ତାକୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ପଲାଶ ବର୍ତ୍ତମାନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବା ପରେ ଘରୁ ଫେରଛନ୍ତି । ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ। ଶ୍ରୀନିବାସ ଓ ପଲାଶ ସୁସ୍ଥ ହେଲେ ଯଥାଶୀଘ୍ର ବିବାହ ହେବ।’