LIVE TV

ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ପ୍ରତିକ୍ରିୟା ରଖିଲେ ପତ୍ନୀ ହେମା, କହିଲେ-ସବୁକିଛି ଭଗବାନଙ୍କ ହାତରେ...

NEWS7
byjus-to-lay-off-workers-again-the-company-gave-the-reason-of-lay-off

ମୁମ୍ୱାଇ ୧୩।୧୧ : ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ, ଦେଓଲ ପରିବାର ତାଙ୍କ ଚିକିତ୍ସା ଘରେ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଧର୍ମେନ୍ଦ୍ରଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଆଉ ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।

ଧର୍ମେନ୍ଦ୍ର ହସ୍ପିଟାଲରୁ ଘରକୁ ଫେରିବା ପରେ ହେମା ମାଳିନୀ ପ୍ରଥମ ଥର ପାଇଁ କଥା ହୋଇଛନ୍ତି। ରେଡିଫ୍ ଅନୁଯାୟୀ, ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ଘରକୁ ଫେରିବା ପରେ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଏହା ମୋ ପାଇଁ ସହଜ ସମୟ ନୁହେଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ସମଗ୍ର ପରିବାର ପାଇଁ ଏକ କଷ୍ଟକର ସମୟ।ଧରମ ଜୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଚିନ୍ତାର ବିଷୟ। ପିଲାମାନେ ଶୋଇ ପାରୁନାହାଁନ୍ତି। ଏପରି ସମୟରେ ମୁଁ ଦୁର୍ବଳ ହୋଇପାରିବି ନାହିଁ। ମୋର ଅନେକ ଦାୟିତ୍ୱ ଅଛି। କିନ୍ତୁ ହଁ, ମୁଁ ଖୁସି ଯେ ସେ ଏବେ ଘରେ ଅଛନ୍ତି।"

ଧର୍ମେନ୍ଦ୍ରଙ୍କ ଶୀଘ୍ର ଆରୋଗ୍ୟ କାମନା କରି ହେମାମାଳିନୀ ଆହୁରି ବି କହିଛନ୍ତି, "ସେ ଘରକୁ ଫେରିଥିବାରୁ ଆମେ ଆଶ୍ୱସ୍ତ। ସେ ଯେଉଁମାନଙ୍କୁ ଭଲ ପାଆନ୍ତି ସେମାନେ ତାଙ୍କ ପାଖରେ ରହିବା ଉଚିତ। ବାକି ସବୁକିଛି ଭଗବାନଙ୍କ ହାତରେ। ଦୟାକରି ଆମ ପାଇଁ ପ୍ରାର୍ଥନା କରନ୍ତୁ।"ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଧର୍ମେନ୍ଦ୍ର ଘରକୁ ଫେରିଛନ୍ତି। ତାଙ୍କ ଘରେ ଏକ ଆଇସିୟୁ ଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଡାକ୍ତର ଏବଂ ନର୍ସମାନେ ତାଙ୍କର ଚିକିତ୍ସା ପାଇଁ ଉପସ୍ଥିତ ଅଛନ୍ତି। ପ୍ରକାଶ କୌର, ସନି ଦେଓଲ ଏବଂ ବବି ଦେଓଲ ସମେତ ପରିବାରର ସମସ୍ତ ସଦସ୍ୟ ଧର୍ମେନ୍ଦ୍ରଙ୍କ ସହିତ ଥିବା ବେଳେ ତାଙ୍କର ପୂର୍ଣ୍ଣ ଯତ୍ନ ନିଆଯାଉଛି।