ଚର୍ଚ୍ଚ ତଳେ ଥିଲା ୮୦ ଜଣଙ୍କ କଙ୍କାଳ, ତାକୁ ହଟାଇଲେନି ଆଉ ସେଠାରେ ଘର କରି ରହିଲେ, ଏବେ ଘଟୁଛି କ’ଣ...

NEWS7
byjus-is-not-just-my-job-but-my-life-byju-ravindran

ଲଣ୍ଡନ,୨|୦୨ : ଗାଁଠୁ ସହର । ଭୂତକୁ ସମସ୍ତଙ୍କ ଡର । ଭୂତ କଥା ଶୁଣିଲେ ରାତିରେ କେହି ଘରୁ ବାହାରନ୍ତିନି । କେଉଁ ଗଛ କିମ୍ବା ରାସ୍ତାରେ ପ୍ରେତ ଚଳାଚଳ କରୁଥିବା ଖବର ଆସିଲେ ସନ୍ଧ୍ୟା ହେଲେ ଶୁନଶାନ୍ ପାଲଟିଯାଏ । ଭାରତଠୁ ଆମେରିକା । ସବୁ ଜାଗାରେ ଭୂତ-ପ୍ରେତ-ଡାହାଣୀକୁ ନେଇ ରହଛି ସତମିଛର ଅନେକ କାହାଣୀ । ଏହାରି ଭିତରେ ଲଣ୍ଡନର ଏକ ଦମ୍ପତି କିଛି ଏମିତି କାମ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯାହା ଶୁଣିବା ପରେ ଅନେକ ଲୋକ ଭୟରେ ଥରିଯାଉଛନ୍ତି ।

ରିପୋର୍ଟ ଅନୁସାରେ, ଲଣ୍ଡନର ଓ୍ୱେଲସରେ ରହୁଥିବା ଲୁସି ଏବଂ ରିସ୍ ଥୋମାସ ସେଣ୍ଟ୍ ପିଟର୍ ଚର୍ଚ୍ଚକୁ କିଣିଥିଲେ । ସେମାନେ ଚର୍ଚ୍ଚକୁ ବଦଳାଇ ଏକ ପ୍ରାଇଭେଟ୍ ହୋମ୍ ତିଆରି କରିବା ଲକ୍ଷ୍ୟରେ ଥିଲେ । ଏଥିପାଇଁ କିଛି ଭଙ୍ଗାଭଙ୍ଗି କରାଯାଇଥିଲା । ଏହି ସମୟରେ ସେମାନେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରକାମ କରୁଥିବା ମିସ୍ତ୍ରୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ଚର୍ଚ୍ଚକୁ ଖୋଳିବା ବେଳେ ୮୦ଟି ମଣିଷ କଙ୍କାଳ ବାହାରିଥିଲା ।

୯୦୦ ବର୍ଷ ତଳର ଚର୍ଚ୍ଚରେ ପ୍ରଥମେ କିଛି କଙ୍କାଳ ବାହାରିଥିଲା । ଚର୍ଚ୍ଚଟି ୧୧୪୨ ମସିହାରେ ତିଆରି ହୋଇଥିଲା । କଙ୍କାଳ ମିଳିବା ପରେ ଲୁସି ଏବଂ ଥୋମାସ ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀଙ୍କୁ କହିଥିଲେ । ଅଧିକାରୀ ଜଣଙ୍କ ୪ରୁ ୫ଟି କଙ୍କାଳ ଥିବା କଥା କହିଥିଲେ । ହେଲେ ମାଟି ତଳୁ ୮୦ରୁ ଅଧିକ କଙ୍କାଳ ବାହାରିଥିଲା ।

ଏହାକୁ ନେଇ ଦମ୍ପତି କହିଛନ୍ତି ଯେ, ଚର୍ଚ୍ଚର ତଳ ଫ୍ଲୋରକୁ ଭଙ୍ଗାଯାଇ ନୂଆ ରୂପ ଦିଆଯାଉଥିଲା । ଏଥିପାଇଁ ଖୋଳାଖୋଳି କରାଯାଉଥିଲା । ଯେଉଁଥିରେ ମାଟି ତଳେ ମଣିଷଙ୍କ କଙ୍କାଳ ମିଳିଥିଲା । ଏହି ଘଟଣା ବ୍ରିଟେନରେ ନୂଆ ନୁହେଁ । ପୂର୍ବରୁ ଧନି ଏବଂ ଶକ୍ତିଶାଳୀ ଲୋକମାନଙ୍କୁ ଚର୍ଚ୍ଚରେ କବର ଦିଆଯାଉଥିଲା । ବର୍ଷ ବର୍ଷ ଧରି ଏହି ପ୍ରଥା ଜାରି ରହିଥିଲା । ପ୍ରଥମେ କଙ୍କାଳ ବାହାରିଲା ପରେ ତାଙ୍କୁ ଡର ଲାଗିଥିଲା । ପରେ ଏହା ସାଧାରଣ କଥା ଭଳି ଲାଗିଥିଲା ।

ବିଭିନ୍ନ ପ୍ରକାରର କଙ୍କାଳ

କଙ୍କାଳଗୁଡିକ ପାଖାପାଖି ହୋଇ ରହିଥିଲେ । କିଛି କିଛି କଙ୍କାଳ ଗୋଟିଏ ପରିବାରର ଥିଲା । ଯେଉଁଥିରେ ସ୍ୱାମୀ-ସ୍ତ୍ରୀ ଏବଂ ସନ୍ତାନ ରହିଥିଲେ । କଙ୍କାଳଗୁଡିକୁ ଲୁସି ଏବଂ ଥୋମାସ ବାହାର କରିନାହାଁନ୍ତି । ସେମାନେ ସେପରି ମାଟି ତଳେ ରହିଛନ୍ତି । ଅର୍ଥାତ ୮୦ରୁ ଅଧିକ କଙ୍କାଳ ଉପରେ ସେମାନଙ୍କ ଘର ତିଆରି ହୋଇଛି । ବେଳେବେଳେ ଘରେ କିଛି ଅଦ୍ଭୁତ ଘଟଣା ଘଟେ । ଯାହା ସେମାନେ ଅଲୌକିକ ବୋଲି ବିଶ୍ୱାସ କରନ୍ତି । ପ୍ରାଚୀନ ଚର୍ଚ୍ଚକୁ ଘରର ରୂପ ଦେବା ସହଜ ନଥିଲା । ତଥାପି ନୂଆଘରେ କିଛି ପୁରୁଣା ଢାଞ୍ଚା ରହିଛି । ଘରେ ଏଖ ବାର୍ ଏବଂ ସ୍ୱିମିଂ ପୁଲ୍ ତିଆରି କରାଯାଇଥିବା ପତ୍ନୀ ଲୁସି କହିଛନ୍ତି ।