ରାସ୍ତାକଡ଼ରେ ଥିବା ଟ୍ରକକୁ ପିଟିଲା ତୀର୍ଥ ଯାତ୍ରୀ ବସ୍, ଗାଡ଼ିରେ ଥିଲେ ୨୦ ଯାତ୍ରୀ

Published By : Prameya-News7 Bureau | May 29, 2025 IST

ଖଲ୍ଲିକୋଟ ୨୯।୦୫ : ଟ୍ରକ-ତୀର୍ଥ ଯାତ୍ରୀ ବସ୍‌ ଧକ୍କା । ଯେଉଁଥିରେ ୧୦ ଜଣଙ୍କୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବଳୟା ଛକ ନିକଟରେ ଘଟିଛି ଦୁର୍ଘଟଣା । 

ଖବର ଅନୁଯାୟୀ, ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ତୀର୍ଥ ଯାତ୍ରୀ ବସ୍‌ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା ।ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବଳୟା ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ତୀର୍ଥ ଯାତ୍ରୀ ବସ୍‌ । ଯେଉଁଥିରେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍‌ଟି ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ର ଫେରୁଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.