ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍, ଗାଡ଼ିରେ ଥିଲେ ୪୦ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | May 06, 2025 IST

ବାଲେଶ୍ୱର ୦୬।୦୫ : ଓଲଟିଲା ଯାତ୍ରୀବାହୀ ବସ୍‌ । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ଯେଉଁଥିରେ ୪୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ନୁଣିଆଯୋଡ଼ି ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଚାଲିଛି ଉଦ୍ଧାର କାର୍ଯ୍ୟ । 

ଖବର ଅନୁଯାୟୀ, ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା ଏକ ଯାତ୍ରୀବାହୀ ବସ୍‌ । ହେଲେ ବାଲେଶ୍ୱର ନୁଣିଆଯୋଡ଼ି ପୋଲ ନିକଟରେ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ପୋଲ କଡ଼ରେ ଥିବା ପାଣିରେ ବସ୍‌ଟି ପଡିଯାଇଥିଲା । ତେବେ ବସ୍‌ଟି ପାଣିରେ ପଡିବା ଦ୍ୱାରା ଗାଡ଼ିରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ଏବେ ଯାଏଁ ଆହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.