ଦିଗପହଣ୍ଡି ୦୫।୦୬ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲକ୍ଷ୍ନୀନାରାୟଣପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବିଶ୍ରାମଗାର ଉପରେ ଚଢିଗଲା ବସ୍ । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ଡ୍ରାଇଭରଙ୍କ ଜୀବନ।
ଖବର ଅନୁଯାୟୀ, ବୀଣାପାଣି ନାମକ ଏକ ବସ୍ ଭୁବନେଶ୍ୱରରୁ ତୁରୁବୁଡ଼ି ଫେରୁଥିଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲଷ୍ମୀନାରାୟଣପୁର ଛକରେ ବସ୍ଟି ରାସ୍ତାକଡ଼ରେ ଥିବା ବିଶ୍ରାମଗାର ଉପରକୁ ଚଢିଯାଇଥିଲା । ଯାହାଫଳରେ ବସ୍ ସମ୍ମୁଖ ଭାଗ ପୁରା ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣା ବସ୍ ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁ ହୋଇଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଏହାସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।