ରଥଯାତ୍ରା ଡ୍ୟୁଟି ସାରି ଫେରୁଥିଲେ ଯବାନ, ଅଧାବାଟରେ ରାସ୍ତାରୁ ଖସିଲା ବସ୍‌

Published By : Prameya-News7 Bureau | July 10, 2025 IST

ମୋହନା ୧୦।୦୭ : ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ଗାଁର ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକୁ ଖସିଲା ପୋଲିସ ଭ୍ୟାନ୍‌।ଯେଉଁଥିରେ ଥିରେ ୨୦ରୁ ଅଧିକ ଯବାନ । ସମସ୍ତ ଯବାନଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।  

ଖବର ଅନୁଯାୟୀ, ପୁରୀରେ ରଥଯାତ୍ରା ପାଇଁ ଡ୍ୟୁଟି କରୁଥିଲେ କୋରାପୁଟରୁ ଯାଇଥିବା ୨୨ ଯବାନ । ରଥଯାତ୍ରା ସରିବା ପରେ ସମସ୍ତ ଯବାନ ଏକ ବସ୍‌ ଯୋଗେ କୋରାପୁଟ ଫେରୁଥିଲେ । ହେଲେ ଗୁରୁବାର ଭୋର ୫ଟା ସମୟରେ ଗଜପତି ଜିଲ୍ଲା ମାଣ୍ଡିମେରା ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ଯବାନମାନେ ଫସି ରହିଥିଲେ । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଯବାନମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ୨୨ ଜଣ ଯବାନ ସୁରକ୍ଷିତ ଭାବେ ବାହାରିଥିଲେ । ତେବେ ଏହି ଦୁର୍ଘଟଣାରେ ଗାଡ଼ିର ଆଂଶିକ କ୍ଷତି ହୋଇଥିବା ବେଳେ ଯବାନମାନେ ସୁରକ୍ଷିତ ଭାବେ ଏତେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.