ଖୁସି ଖବର ଦେଲେ ରାଜକୁମାର-ପତ୍ରଲେଖା, ଘରକୁ ଆସିବେ କୁନି ଅତିଥି

Published By : Prameya-News7 Bureau | July 12, 2025 IST

ମୁମ୍ଵାଇ ୧୨।୦୭; ବଲିଉଡ ଅଭିନେତା ରାଜକୁମାର ରାଓ । ତାଙ୍କ ଷ୍ଟାର ପତ୍ନୀ ପତ୍ରଲେଖା ୯ ଜୁଲାଇରେ ସେମାନଙ୍କ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ପତ୍ରଲେଖା ପ୍ରେଗନେନ୍ସି କନଫର୍ମ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଦମ୍ପତି ଏହି ଖୁସି ଖବର ଦେଇଥିବା ବେଳେ ଛୁଟୁଛି ଶୁଭେଚ୍ଛାର ସୁଅ । ବୁଧବାର ଦିନ ପତ୍ରଲେଖା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗର୍ଭଧାରଣ ଘୋଷଣା କରି ଲେଖିଛନ୍ତି, 'ବେବି ଆସୁଛି ।' ଲେଖା ତଳେ ଏକ ଶିଶୁର ପାଦ ଚିହ୍ନ ରହିଛି । ଏହି ପୋଷ୍ଟର ତଳେ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ନାମ ଲେଖାଯାଇଛି । ଏହି ପୋଷ୍ଟର ସେୟାର କରି ଦମ୍ପତି ଲାଲ ହାର୍ଟ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି ଯେ ସେମାନେ ଏଥିପାଇଁ ଉତ୍ସାହିତ।

ଏହି ଦମ୍ପତି ପୋଷ୍ଟ କରିବା ମାତ୍ରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିଆରା ଆଡଭାନୀ, ଫରହା ଖାନ, ସୋନାକ୍ଷୀ ସିହ୍ନା, ବରୁଣ ଧାୱନ, ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର, ଇଶା ଗୁପ୍ତା, ନୁସରତ ଭରୁଚା, ଭୂମି ପେଡନେକର, ହୁମା କୁରେଶୀ, ନେହା ଧୂପିଆ, ପୁଲକିତ ସମ୍ରାଟ, ଦିୟା ମିର୍ଜା, ଲାଫ୍ଟର କୁଇନ୍ ଭାରତୀ, ମାନୁଷୀ ଚିଲ୍ଲର ଏବଂ ଅନ୍ୟାନ୍ୟ ଅନେକ ଷ୍ଟାର ଏହି ଦମ୍ପତିଙ୍କୁ ଲାଲ ହାର୍ଟ ଇମୋଜି ସହ ଅଭିନନ୍ଦନ ଜଣାଇଛନ୍ତି ।

କହିବାକୁ ଗଲେ , ରାଜକୁମାର ରାଓ ଏବଂ ପତ୍ରଲେଖା ପୂର୍ବରୁ ୧୧  ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ । ଉଭୟଙ୍କ ପ୍ରଥମ ସାକ୍ଷାତ 'ୟେ ଆଶିକି' ନାମକ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟରେ ହୋଇଥିଲା । ମ୍ୟୁଜିକ୍ ଭିଡିଓରେ କାମ କରିବା ସମୟରେ ସେମାନେ ଫିଲ୍ମ ମାଧ୍ୟମରେ ବନ୍ଧୁ ହୋଇଗଲେ ଏବଂ ପରସ୍ପର ସହିତ ଯୋଡ଼ି ହୋଇଗଲେ । 'ସିଟିଲାଇଟ୍ସ' (୨୦୧୪) ସମୟରେ ସେମାନଙ୍କର ସମ୍ପର୍କ ଆହୁରି ଗଭୀର ହୋଇଥିଲା । ୧୧ ବର୍ଷ ଡେଟିଂ ପରେ, ଏହି ଦମ୍ପତି ୧୫ ନଭେମ୍ବର ୨୦୨୧ରେ ବିବାହ କରିଥିଲେ । ପ୍ରାୟ ୪ ବର୍ଷ ବିବାହ ପରେ, ଏହି ଦମ୍ପତି ଏବେ ପିତାମାତା ହେବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.