କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଉପରେ ଶୁଳ୍କ ବଢାଇଲା ଚୀନ୍, ଜାଣନ୍ତୁ କାହିଁକି?

NEWS7
bunyan-ul-marsoos-pakistan-army-announce-to-launch-operation-against-india

ବେଜିଂ ୧୮।୧: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କିଛି ଦଶନ୍ଧୀ ପୂର୍ବରୁ ଚୀନ୍ ‘ୱାନ ଚାଇଲ୍ଡ’ ନୀତି କାର୍ଯ୍ୟକାରୀ କରିଥିଲା। ଏଥିପାଇଁ ଏବେ ଚୀନ୍ ପଶ୍ଚାତାପ କରୁଛି। କାରଣ ଚୀନ୍ ରେ ପ୍ରଜନନ ହାରରେ ଦ୍ରୁତ ଅବନତୀ ଦେଖା ଦେଇଛି। ମହିଳାମାନେ ଗୋଟିଏ ସନ୍ତାନ ଜନ୍ମ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଣୁ ଦେଶରେ ପ୍ରଜନନ ହାର ବଢାଇବା ପାଇଁ ଚୀନ୍ ନୂଆ ଚାଲ ଚଳାଇଛି। ପ୍ରତି ମହିଳା ୨ ସନ୍ତାନ ବାଧ୍ୟତାମୂଳକ କରାଯାଇଛି। ଏଥି ପାଇଁ ଚୀନ୍ ସରକାର ଗର୍ଭନିରୋଧକ ଉପରେ ଭାରି ଶୁଳ୍କ ଲାଗୁ କରିଛନ୍ତି। ଏହା ଛଡା ଗର୍ଭ ନିରୋଧକ ବଟିକା ଉପରେ ମଧ୍ୟ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି।

ଚୀନ୍ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଉପରେ ୧୩% ଶୁଳ୍କ ଲାଗୁ କରିଛି। ଏହି ଶୁଳ୍କ ଦେଶରେ ୧ ଜାନୁୟାରୀ ୨୦୨୬ରୁ ଲାଗୁ ହୋଇଛି। ତେବେ ଗର୍ଭନିରୋଧକ ଉପରେ ଶୁଳ୍କ ଲଗାଇବାରେ ଚୀନ୍ ବିଶ୍ୱର ପ୍ରଥମ ଦେଶ ନୁହେଁ, ଏହା ପୂର୍ବରୁ ଶିଙ୍ଗାପୁର, ଦକ୍ଷିଣକୋରିଆ ସମେତ ଅନେକ ଦେଶ ପ୍ରଜନନହାର ବଢାଇବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରିଛନ୍ତି। ହେଲେ ଜନସଂଖ୍ୟା ଉପରେ ଏହାର କୌଣସି ପ୍ରଭାବ ପଡୁ ନାହିଁ। ଏଥିରେ ଚୀନ୍ ଗର୍ବ ନିରୋଧକ ଓ କଣ୍ଡୋମ ଉପରେ ଶୁଳ୍କ ଲାଗୁ କରି ଦେଶରେ ଦନ୍ମ ହାର ବୃଦ୍ଧି ନିମନ୍ତେ କରିଥିବା ଉପାୟ ଫଳପ୍ରଦ ହେବ କି ନା ସେ ନେଇ ସନ୍ଦେହ ଉପୁଜିଛି।

ସ୍ୱେଚ୍ଛାସେବୀ ସଙ୍ଗଠନ ‘ଦି କନଭର୍ସେସନ’ର ଏକ ରିପୋର୍ଟ ଅନୁସାରେ ଚୀନ୍ରେ ୧ ପ୍ୟାକେଟ କଣ୍ଡୋମର ମୂଲ୍ୟ ୫୦ ୟୁଆୟନ (ପାଖାପାଖି ୭ ଡଲାର) ପଡୁଛି। ସେହିପରି ମାସକ ଲାଗି ଗର୍ଭ ନିରୋଧକ ବଟିକା ନିମନ୍ତେ ୧୦୩ ୟୁୟାନ ଅର୍ଥାତ ୧୯ ଡଲାର ହୋଇଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୧୩% ଶୁଳ୍କ ବୃଦ୍ଧି ପରେ ବି ଚୀନ୍ ନାଗରିକଙ୍କ ପକେଟ ଉପରେ ସେପରି କୌଣସି ପ୍ରଭାବ ପକାଉ ନାହିଁ। ମାତ୍ର ଅଧିକ କିଛି ଡଲାର ବ୍ୟୟ ହେଉଛି। ହେଲେ ଏକ ହିସାବ ଅନୁସାରେ ଚୀନ୍ରେ ପିଲାକୁ ପାଳି ପୋଷି ୧୮ ବର୍ଷର କରିବା ପାଇଁ ୫,୩୮,୦୦୦ ୟୁଆନ ଅର୍ଥାତ ୭୭,୦୦୦ ଡଲାର ଖର୍ଚ୍ଚ ହେଉଛି। ଏହି ହିସାବ ଅନୁସାରେ କଣ୍ଡୋମ ଓ ଗର୍ଭ ନିରୋଧକ ବଟିକାର ଦାମ ଅନେକଗୁଣା କମ୍।

ଚୀନ୍ ଦେଶର ପ୍ରଜନନ ହାରକୁ ୨.୧%କୁ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏଥି ପାଇଁ ଚୀନ୍ ଶିଶୁଙ୍କ ଯତ୍ନ ନିମନ୍ତେ ନ୍ୟାସନାଲ ଚାଇଲ୍ଡ କେୟାର ପ୍ରୋଗ୍ରାମ ହାତକୁ ନେଇଥିବା ବେଳେ ଏଥି ପାଇଁ ୯୦ ବିଲିୟନ ଡଲାର (୧୨.୭ ବିଲିୟନ ଡଲାର)ର ବଜେଟ ନିର୍ଦ୍ଧାରଣ କରିଛି। ଏହି କାର୍ଯ୍ୟକ୍ରମରେ ୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କୁ ପାଖାପାଖି ୩,୬୦୦ ୟୁଆନ (୫୦୦) ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯିବ।