ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା ହେବ ସୁନେହରୀ ବାଗ ରୋଡରେ ଥିବା ନମ୍ବର- ୫ ବଙ୍ଗଳା। ରାହୁଲ ଗୁରୁବାର ତାଙ୍କ ଜନ୍ମଦିନ ଅବସରରେ ନୂଆ ବଙ୍ଗଳାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପରବର୍ତ୍ତୀ ସଂସଦ ଅଧିବେଶନ ପୂର୍ବରୁ ରାହୁଲ ସେଠାରେ ରହିବେ। କଂଗ୍ରେସ ସୂତ୍ରର ଖବର ନେଇ ଇକୋନୋମିକ୍ସ ଟାଇମ୍ସ ଏହି ରିପୋର୍ଟ ପ୍ରକାଶ କରିଛି। ଏହି ବଙ୍ଗଳାକୁ ସେ ତାଙ୍କର ଅଫସିଆଲ ରୋଡ୍ କରିବେ ବୋଲି ରାହୁଲ ରାଜି ହୋଇଥିବା ସୂଚନା ମିଳିଛି।
ରାହୁଲଙ୍କ ନୂଆ ବଙ୍ଗଳା ବିଷୟରେ ସୂଚନା ଦେଇ ଜଣେ ବ୍ୟକ୍ତି କହିଛନ୍ତି ଯ ୨୧ ଜୁଲାଇରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗାନ୍ଧୀ ନୂଆ ବଙ୍ଗଳାରେ ରହିବେ। ଆଉ କିଛି ଦିନ ମଧ୍ୟରେ ସେ ନୂଆ ବଙ୍ଗଳାରେ ରହିବେ। ଏଥିପାଇଁ ସେ ତାଙ୍କର ସବୁ ଜିନିଷ ପତ୍ର ନୂଆ ବଙ୍ଗଳାକୁ ବୋହିବା ଆରମ୍ଭ କରିଛନ୍ତି।
ରାହୁଲ ଗାନ୍ଧୀ ସାଂସଦ ହେବା ପରଠାରୁ ୧୨, ତୁଗଲକ ଲେନରେ ରହିଆସୁଥିଲେ। କିନ୍ତୁ, ୨୦୨୩ ମସିହାରେ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପରେ ରାହୁଲଙ୍କୁ ସାଂସଦ ଭାବେ ଆଲର୍ଟ କରାଯାଇଥିବା ସେହି ଘର ଛାଡ଼ିବାକୁ ପଡ଼ିଥିଲା।
ଏହାପରେ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ୧୦, ଜନପଥସ୍ଥିତ ବାସଭବନକୁ ଚାଲି ଯାଇଥିଲେ। ତାଙ୍କର ଅଯୋଗ୍ୟତା ପ୍ରତ୍ୟାହାର ହେବା ପରେ ମଧ୍ୟ ରାହୁଲ ସେଠାରେ ରହୁଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ହେବା ପରେ, ସେ କ୍ୟାବିନେଟ ମନ୍ତ୍ରୀ ରାଙ୍କରେ ଥିବାରୁ ତାଙ୍କୁ ଅଧିକାର ମୁତାବକ ଟାଇପ୍ ୮ ବଙ୍ଗଳା ଆଲର୍ଟ କରାଯାଇଥିଲା।
ରାହୁଲଙ୍କୁ ଦିଆଯିବ ପୂର୍ବରୁ ସୁନେହରୀ ବାଗ ବାସଭବନରେ କର୍ଣ୍ଣାଟକ ବିଜେପି ନେତା ଏ. ନାରାୟଣସ୍ୱାମୀଙ୍କ ରହୁଥିଲେ। ସେ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ମୋଦି ସରକାରରେ ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଥିଲେ।