ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଖୁଲାସା କଲେ ଅଭିନେତ୍ରୀ, କହିଲେ- ମୋ ପଛରେ ପଡ଼ିଛନ୍ତି ଅନେକ କ୍ରିକେଟର

NEWS7
budget-2025-one-crore-gig-workers-get-id-cards-registration-in-e-shram

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଟି୨୦ ଟିମ୍ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଅଭିନେତ୍ରୀ ଏବଂ ମଡେଲ ଖୁସି ମୁଖାର୍ଜୀ। ସେ କହିଛନ୍ତି ଅତୀତରେ ଏହି ଭାରତୀୟ ବ୍ୟାଟର ତାଙ୍କୁ ବାରମ୍ବାର ମେସେଜ କରୁଥିଲେ। ଆଉ ତାଙ୍କର ଏହି ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଏକ ଇଭେଣ୍ଟରେ ଜଣେ ରିପୋର୍ଟର ତାଙ୍କୁ, କ୍ରିକେଟରଙ୍କୁ ଡେଟ୍ କରିବା କଥା ପଚାରିଥିଲେ। ଯାହାର ଉତ୍ତରରେ ଖୁସି କହିଛନ୍ତି, ଦିନ ଥିଲା ସୂର୍ଯ୍ୟକୁମାର ଯାଦବ ତାଙ୍କୁ ଅନେକ ମେସେଜ କରୁଥିଲେ। କିନ୍ତୁ ଆମେ ଅଧିକ ସମୟ ଧରି ଯୋଗଯୋଗରେ ରହିପାରିନଥଲୁ। ଖୁସି କହିଛନ୍ତି, ଆମେ ବେଶୀ କଥା ହେଉନା, ମୁଁ ମଧ୍ୟ ଏଥିରେ ଯୋଡ଼ି ହେବାକୁ ଚାହୁନାହିଁ। ସେ ଆହୁରି କହିଛନ୍ତି ମୋ ପଛରେ ଅନେକ କ୍ରିକେଟର ପଡ଼ିଛନ୍ତି ହେଲେ ମୁଁ କୌଣସି କ୍ରିକେଟରଙ୍କ ସହ ସମ୍ପର୍କ ରଖିବାକୁ ଚାହୁନାହିଁ। ତେବେ ଏନେଇ ଏନେଇ ସୂର୍ଯ୍ୟକୁମାର ଯାଦବଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

 
 
 
 
 
 
 
 
 
 
 
 
 
 
 

A post shared by E24 Bollywood (@e24official)

 

ସୂର୍ଯ୍ୟକୁମାରଙ୍କ କଥା କହିଲେ ନିକଟରେ ସେ, ବୈକୁଣ୍ଠ ଏକାଦଶୀ ଅବସରରେ ପତ୍ନୀ ଦିବିଶା ସେଟ୍ଟୀଙ୍କ ସହ ଆନ୍ଧ୍ର ପ୍ରଦେଶ ତିରୁମାଲାର ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଥିଲେ। ଏହା ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ଟି୨୦ ସିରିଜ୍ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍ରେ ଦେଖିବାକୁ ମିଳିଥିଲା। ଉକ୍ତ ସିରିଜକୁ ଭାରତ ୩-୧ରେ ହାତେଇଥିଲା। ଆଗକୁ ୨୦୨୬ ଜାନୁଆରୀରେ ନ୍ୟୁଜିଲାଣ୍ଡ୍ ସହହେବାକୁ ଥିବା ଟି୨୦ ସିରିଜ ପାଇଁ ପ୍ରସ୍ତୁତି କରୁଛନ୍ତି।