ପଞ୍ଚଭୂତରେ ଲୀନ ହେଲା ଦୁର୍ଦ୍ଦାନ୍ତ ଯାତ୍ରା ଖଳନାୟକ ଜ୍ଞାନରଞ୍ଜନ ସାହୁଙ୍କ ମରଶରୀର

NEWS7
budget-2025-nirmala-sitharaman-expectations

ଭୁବନ ୬।୧: ଆଉ ଦେଖିବାକୁ ମିଳିବନି ଦମଦାର ଖଳନାୟକଙ୍କ ଅଭିନୟ । କୋଡିଏ ବର୍ଷର ଅନ୍ତ ଘଟିଛି । ସବୁଦିନ ପାଇଁ ନୀରବି ଗଲା ରାଉଡୀ ରାକ୍କା । ନିଜର ଦମଦାର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଗାଁ ପେଣ୍ଡାଲରୁ ଅଭିନୟ ଆରମ୍ଭ କରି ୧୯୯୮ ମସିହାରେ ଛାତ୍ର ଜୀବନରେ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଡ୍ରାମାଟିକ୍ ସେକ୍ରେଟାରୀ ଭାବରେ ବିଜୟୀ ହୋଇଥିଲେ ଜ୍ଞାନରଞ୍ଜନ ସାହୁ ।

୨୦୦୫ ମସିହାରେ ଶିବନୀ ଗଣନାଟ୍ୟରେ ଅଭିନୟ ଆରମ୍ଭ କରି ଯୁବ ବୟସରେ ଦୁର୍ଦ୍ଦାନ୍ତ ଖଳନାୟକଙ୍କର ଆଖ୍ୟା ପାଇଥିଲେ । ବିଭିନ୍ନ ନାମୀଦାମୀ ଯାତ୍ରା ପାର୍ଟିରେ ରହି ଶହେରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିଥିଲେ । ଶେଷରେ କଳିଙ୍ଗ ଗଣନାଟ୍ୟରେ ନୂଆ ଚୁକ୍ତିନାମା କରିଥିଲେ । ଏହା ପୂର୍ବରୁ ଧଉଳି ଗଣନାଟ୍ୟରେ ଅଭିନୟ ଜାରି ରଖିଥିଲେ ।

ଦର୍ଘ ୪-୫ ମାସ ହେଲା ଲିଭର ସିରୋସିସ୍ ରୋଗରେ ଆକ୍ରନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ସୋମବାର ସନ୍ଧ୍ୟାରେ ଶରୀର ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ରାତ୍ରି ୯ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା । ମଙ୍ଗଳବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ଗ୍ରାମ ପରିକ୍ରମା କରି ଶୋଭାଯାତ୍ରାରେ ରଗଡି ଶ୍ମଶାନକୁ ନିଆଯାଇଥିଲା । ପୁତୁରା ମୁଖାଗ୍ନୀ ଦେଇଛନ୍ତି । ଜ୍ଞାନରଞ୍ଜନଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।