Barabati T20: ବାରବାଟୀ ଷ୍ଟାଡିୟମରେ ବଡ଼ ରେକର୍ଡ କଲେ ହାର୍ଦ୍ଦିକ ପାଣ୍ଡ୍ୟା

NEWS7
budget-2025-cii-seeks-excise-duty-cut-in-petrol-diesel

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ । ଯେଉଁଥିରେ ସେ ୪ଟି ଛକା ମାରିଥିଲେ। ଏହା ସହିତ ସେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୦୦ ଛକା ପୂରଣ କରିଥିଲେ । ଏପରି କରିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର । ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଟିମ୍ ଇଣ୍ଡିଆକୁ ଖରାପ ଆରମ୍ଭ ସତ୍ତ୍ୱେ ୧୭୫ ରନର ସର୍ବୋଚ୍ଚ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।

ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ଟିମ୍ ଇଣ୍ଡିଆ ଏକ କଷ୍ଟକର ସ୍ଥିତିରେ ଥିଲା । ଅଭିଷେକ ଶର୍ମା (୧୭), ଶୁଭମନ ଗିଲ (୪) ଏବଂ ସୂର୍ଯ୍ୟକୁମାର ଯାଦବ (୧୨)ଙ୍କୁ ହରାଇଥିଲା ଦଳ । ଯେତେବେଳେ ତିଲକ ବର୍ମା ୧୨ତମ ଓଭରରେ ଚତୁର୍ଥ ୱିକେଟ୍ ଭାବରେ ଆଉଟ ହୋଇଥିଲେ, ସେତେବେଳେ ଭାରତର ସ୍କୋର ୭୮ ଥିଲା । ତା’ପରେ ପାଣ୍ଡ୍ୟା ଆସିଥିଲେ । ସେ ତାଙ୍କର ପ୍ରଥମ ବଲ୍ ରୁ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ।

ହାର୍ଦ୍ଦିକ ୨୮ ବଲ୍ ରୁ ୨୧୦.୭୧ ଷ୍ଟ୍ରାଇକ୍ ରେଟ୍ ସହିତ ଅପରାଜିତ ୫୯ ରନ୍ କରିଥିଲେ । ଯେଉଁଥିରେ ତାଙ୍କର ୪ଟି ଛକା ଏବଂ ୬ଟି ଚୌକା ଥିଲା। ସେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଛକା ପୂରଣ କରି ପୋଲାର୍ଡ (୯୯) ଏବଂ କେଏଲ ରାହୁଲ (୯୯)ଙ୍କୁ ପଛରେ ପକାଇ ଦେଇଛନ୍ତି ।

ଟି-୨୦ରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟର

ରୋହିତ ଶର୍ମା – ୨୦୫

ସୂର୍ଯ୍ୟକୁମାର ଯାଦବ – ୧୫୫

ବିରାଟ କୋହଲି - ୧୨୪

ହାର୍ଦ୍ଦିକ ପାଣ୍ଡ୍ୟା – ୧୦୦

କେଏଲ ରାହୁଲ – ୯୯