ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ସଂସଦରେ ଆଗତ କରିଛନ୍ତି । ଚଳିତ ବଜେଟରେ ମୁଦ୍ରା ଯୋଜନାକୁ ବିଶେଷ ଧ୍ୟାନ ଦିଆଯାଇଛି । ମୁଦ୍ରା ଲୋନର ପରିମାଣ ବୃଦ୍ଧି ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ମୁଦ୍ରା ଲୋନ୍ ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରି ୨୦ ଲକ୍ଷ ଟଙ୍କା କରାଯାଇଛି ।
ପୂର୍ବରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଋଣରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ରହିଥିଲା । ଏବେ କେନ୍ଦ୍ର ସରକାର ଏହାର ଧାର୍ଯ୍ୟ ମୂଲ୍ୟ ବଢ଼ାଇ ଦେଇଛନ୍ତି । ଏବେ ଏହା ୨୦ ଲକ୍ଷ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହାକୁ ୨୦୧୫ ଅପ୍ରେଲ ୮ ତାରିଖରେ ଆରମ୍ଭ କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ହାର ବୃଦ୍ଧି କରାଯିବ ବୋଲି ଅର୍ଥଶାସ୍ତ୍ରୀମାନେ ପୂର୍ବାନୁମାନ କରିଥିଲେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଯେଉଁମାନେ ମୁଦ୍ରା ଯୋଜନାରେ ଋଣ ନେଇଛନ୍ତି ଏବଂ ପଇଠ କରିଛନ୍ତି ସେମାନେ ଏଥିପାଇଁ ଯୋଗ୍ୟ ହେବେ । ଶିଶୁ କ୍ଷେତ୍ର ପାଇଁ ଏହି ଲୋନ୍ ୫୦ ହଜାର ଟଙ୍କା ରହିଥିଲା । ସେହିପରି କିଶୋର କ୍ଷେତ୍ରରେ ପାଇଁ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳୁଥିଲା । ତରୁଣଙ୍କ ପାଇଁ ଏହି ମୁଦ୍ରା ଋଣ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଥିଲା ।