ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ପ୍ରବଳ ଭିଡ଼, ଠେଲାପେଲାରେ ତଳେ ପଡ଼ିଗଲେ ମହିଳା ଓ ପୁରୁଷ ଭକ୍ତ

NEWS7
bsf-constable-shot-dead-by-another-bsf-constable-in-ups-ghaziabad

ପୁରୀ ୩।୩: ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏହାରି ଭିତରେ ଭଗବାନଙ୍କ ସହ ହୋଲି ଖେଳିଛନ୍ତି ଭକ୍ତ । ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଭକ୍ତଙ୍କ ସହ ଫଗୁ ଅବିର ଖେଳିଥିବା ବେଳେ ଏହି ସୁଯୋଗକୁ କୌଣସି ଭକ୍ତ ହାତଛଡା କରିନାହାନ୍ତି । ତେବେ ଦୋଳବେଦୀରେ ଠାକୁରଙ୍କ ପ୍ରବେଶ ସମୟରେ ଭକ୍ତମାନଙ୍କର ପେଲାଠେଲା ପରିସ୍ଥିତି ଦେଖିବାକୁ ମିଳିଥିଲା ।

 

ଠାକୁରଙ୍କ ସହ ଫଗୁ ଓ ଅବିର ଖେଳିବାକୁ ଭକ୍ତମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଥିଲା । ଗହଳି ଯୋଗୁଁ ଠେଲାପେଲାରେ କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇଥିଲେ । ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସେବାୟତ ମାନେ ତଳେପଡିଥିବା ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ କୌଣସି ଭକ୍ତ ଅସୁସ୍ଥ ହୋଇନଥିବା ଜଣାପଡିଛି ।