କଟକ ୧୯।୩: ମାଟ୍ରିକ୍ ପରୀକ୍ଷା ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇଛି । ଯେଉଁଥିରେ ନିୟୋଜିତ ହୋଇଛନ୍ତି ପ୍ରାୟ ୧୨ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ । ତେବେ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ୧୧ହଜାର ୮ଶହ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ଜଣ ଲେଖାଏଁ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ ରଖାଯାଇଛି ।
ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଥିଲେ । ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ଗତ ମାସ ୨୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା, ଯାହା ଚଳିତ ମାସ ୬ ତାରିଖରେ ଶେଷ ହୋଇଛି । ବୋର୍ଡର ପୂର୍ବ ନିଷ୍ପତ୍ତି ମୁତାବକ ବୁଧବାର ଠାରୁ ମୂଲ୍ୟାୟନ କାମ ଆରମ୍ଭ ହୋଇଛି, ଯାହା ତ୍ରୁଟିଶୂନ୍ୟ ଭାବେ କରିବା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି ।
ତେବେ ବିଜ୍ଞାନ ପରୀକ୍ଷା ବେଳେ ସି-ସେଟ୍ ସବ୍ଜେକ୍ଟିଭରେ ୪ ନମ୍ବର ମିସ୍ ପ୍ରିଣ୍ଟ ରହିଥିଲା । ଯାହା ଉପରେ ଗ୍ରେସ୍ ମାର୍କ ମିଳିବ କି ନାହିଁ ତାହା ଏଯାଏଁ ସ୍ଥିର ହୋଇନି । ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଡକ୍ଟ କମିଟି ନିଷ୍ପତ୍ତି ନେବ ବୋଲି ପୂର୍ବରୁ କୁହାଯାଇଛି । ଉକ୍ତ ନିର୍ଦ୍ଦେଶନାମା ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଖାତା ଦେଖା କାର୍ଯ୍ୟରେ ନିୟୋଜିତ ଶିକ୍ଷକ କହିଛନ୍ତି ।
You Can Read:
ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ସମ୍ପର୍କିତ ମାମଲା : ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର