ଭୁବନେଶ୍ବର ୯।୭: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଧଳାଜହର ଜବତ । ଭୁବନେଶ୍ବର ମୈତ୍ରୀବିହାର ଥାନା କବଜାରେ ଧଳା ଜହର ଗ୍ୟାଙ୍ଗ ।ପାଞ୍ଚ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ତିନୋଟି ବାଇକ୍ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ଏବଂ ଶିବାନନ୍ଦ ସହ ଗିରଫ ଅନ୍ୟ ୩ ଜଣ ହେଉଛନ୍ତି ସମ୍ପଦ କୁମାର ଦାସ, ମଲ୍ଲିକ ସଇଦ ଅଲ୍ଲୀ, ସଦାଶିବ ଜଗଦେବ ।
ସୂଚନା ଅନୁସାରେ, ମୈତ୍ରୀବିହାର ସାଲିଆ ସାହି ହାତିଆଶୁଣି ପାଣି ତଙ୍କି ନିକଟରେ ଏକଜୁଟ ହୋଇ ଲୁଚି ରହିଥିଲେ । ଧଳା ଜହର କାରବାର ପାଇଁ ଏମାନେ ଲୁଚି ଥିବାବେଳେ ପୋଲିସ ସେମାନଙ୍କୁ ମାଡ଼ି ବସିଥିଲା ।
You Can Read: