ସେତେବେଳେ ପୀୟୂଷ, ଏବେ ସାଇ ; ପବ୍ଲିସିଟି ପାଇଁ ମିଛ ନାଟକ, ନା ନାଣ୍ଡୁ ବାବୁଙ୍କୁ ସତରେ ଚିଟ୍ କରିଛନ୍ତି ସାଇ ?

NEWS7
british-and-idnia-news

ଭୁବନେଶ୍ୱର : ଯାତ୍ରାରେ ଯାତରା ହଁ ଫୁଲ୍ ଯାତରା... ସେବେ ପିୟୁଷ ଏବେ ସାଇ... ସମାନ ଘଟଣାର ପୁନରାବୃତ୍ତି ...ପିୟୁସ ତ୍ରିପାଠି ଅପେରା ସୂର୍ଯ୍ୟ ମନ୍ଦିର ପାର୍ଟିରେ ଥିବାବେଳେ ସିଂହବାହିନୀ ଅପେରାଠୁ 30 ଲକ୍ଷ ଆଡଭାନ୍ସ ନେଇଥିଲେ। ତାସହ ନେଇଥିଲେ ଏକ ଫର୍ଚ୍ୟୁନର କାର୍ । ତାପରେ ବାଦ ବିବାଦ କଣ୍ଟ୍ରୋଭର୍ସି... ମଞ୍ଚ ଚଢ଼ିବେ-ଚଢ଼ିବେନି ଭିତରେ ସିଂହ ବାହିନୀ ମଞ୍ଚରେ ଚଢ଼ିଥିଲେ ପିୟୁଷ। ଏବେ ସମାନ ଘଟଣା ... ସମାନ ନାଟକ , ବାସ୍ ଖାଲି ଚରିତ୍ର ଅଲଗା। ଅଭିନେତା ସାଇ ତୁଳସୀରେ ଥିବାବେଳେ ଚୁକ୍ତି ନସରୁଣୁ ଅନ୍ୟ ପାର୍ଟିଠାରୁ ଆଡଭାନ୍ସ ନେଇଛନ୍ତି, 40 ଲକ୍ଷ ଟଙ୍କା। ଯାହାକୁ ନେଇ ସରଗରମ୍ ଜଲିଉଡ୍ ଇଣ୍ଡଷ୍ଟ୍ରି... କିନ୍ତୁ ଏହାରି ଭିତରେ ଅନେକ ଚର୍ଚ୍ଚା ... ଆଲୋଚନା...

ଇଏ କଣ ଆଉ ଏକ ଡ୍ରାମା ? ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ... ଆଉ ଟେଣ୍ଡ୍ ବାହାରେ ପବ୍ଲିସିଟି ଯାତରା.... ଯାତ୍ରା- ଡିଲ୍... ତୁଳସୀ ଗଣନାଟ୍ୟ... ନାଣ୍ଡୁ ବାବୁ... ସାଇ-ପାୟଲ ଏମାନଙ୍କୁ ନେଇ କଣ୍ଟ୍ରୋଭର୍ସି... କିନ୍ତୁ ସେହି କଣ୍ଟ୍ରୋଭର୍ସିରେ ଲସ୍ ଖାଇଲା କମିଟି... କାହିଁକିନା ଭିତିରି କନ୍ଦଳ ଭିତରେ ମଞ୍ଚ ଚଢ଼ି ନାହାନ୍ତି ଦର୍ଶକଙ୍କ ପସନ୍ଦର କଳାକାର ସାଇ ଓ ପାୟଲ... ଗୁରୁବାର ନାଟକ ପରିବେଶଣ ସମୟରେ ଅଧରାତିରେ ଅସୁସ୍ଥ ହୋଇ ପଡ଼ିଲେ ସାଇ... ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାପରେ ଅନେକ ବିବାଦ କଥା ସାମ୍ନାକୁ ଆସିଛି। କିନ୍ତୁ ଏହାରି ଭିତରେ ଚର୍ଚ୍ଚା ଅନେକ .. କିଏ କହୁଛି ଆକ୍ଟରଙ୍କ ମନମାନି ତ କିଏ କହୁଛି ମାଲିକଙ୍କ ମସଲ୍ ପାୱାର। ଆଉ କିଏ କହୁଛି ପବ୍ଲିସିଟି ପାଇଁ ତୁଚ୍ଛା ନାଟକ।

‘ଏଇ ବୋଧେ ଶେଷ ଦେଖା’ ରୁ ଏବେ ଦେଖାଦେଖି ପର୍ଯ୍ୟନ୍ତ ଗଲାଣି କଥା .... ଯାତ୍ରା କମିଟି- ପାର୍ଟି ମାଲିକ-କଳକାର ପରସ୍ପର ବିରୋଧରେ ବର୍ଷିବା ସହ ଥାନାର ଦ୍ବାରସ୍ଥ । ଖଣ୍ଡଗିରି ଯାତ୍ରା ମହାସମରର ଦ୍ବିତୀୟ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ତୁଳସୀ ଗଣନାଟ୍ୟ ମଞ୍ଚସ୍ତ କରୁଥିଲା ନାଟକ ଏଇ ବୋଧେ ଶେଷ ଦେଖା । ଜାନୁଆରି ୩୧ରୁ ଆରମ୍ଭ ହୋଇଥିବା ତୁଳସୀର ଯାତ୍ରା ପ୍ରଥମରୁ ଠିକ୍ ଠାକ୍ ଚାଲିଥିଲା । ମଞ୍ଚରେ ବଲ୍ ପାଇଥନ୍ ସାପକୁ ଧରି ଅଭିନୟ କରୁଥିଲେ ସାଇ । ତେବେ ଗତ ୨ ତାରିଖରେ ଯାତ୍ରା ତୁଳସୀ ଏବଂ ଅଭିନେତା ସାଇଙ୍କୁ ଲାଗିଥିଲା ପ୍ରଥମ ଝଟ୍କା । ଯେତେବେଳେ ମଞ୍ଚରେ ସାଇଙ୍କ ସାପ ପ୍ରଦର୍ଶନ ଉପରେ ରୋକ୍ ଲଗାଇଥିଲା ବନ ବିଭାଗ । ଏମିତିକି ଯାତ୍ରା ପାର୍ଟି ମ୍ୟାନେଜର ଓ ଅଭିନେତା ସାଇଙ୍କୁ ଭୁବନେଶ୍ବର ଫରେଷ୍ଟ ରେଞ୍ଜ ଅଫିସ ପକ୍ଷରୁ ନୋଟିସ ପଠା ଯାଇଥିଲା । ୩ ତାରିଖରେ ଅଭିନେତା ଓ ମ୍ୟାନେଜର ଭୁବନେଶ୍ବର ରେଞ୍ଜ ଅଫିସରେ ହାଜର ହୋଇ ପକ୍ଷ ରଖିଥିଲେ । ୫ ତାରିଖ ରାତିରେ ନାଟକର ଶେଷ ପର୍ଯ୍ୟାୟରେ ମଞ୍ଚରେ ଅଭିନୟ କରୁ କରୁ ହଠାତ୍ ଅଚେତ୍ ହୋଇ ପଡ଼ିଗଲେ ଅଭିନେତା ସାଇ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା । ସମୟ ଗଡ଼ିବା ସହ ଘଟଣାରେ ଆସିଲା ଟ୍ୱିଷ୍ଟ । ୬ ତାରିଖ ମଧ୍ୟାହ୍ନରେ ଅଭିନେତା ସାଇଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ଆସିଲା ନୂଆ କାହାଣୀ। ପୁଅର ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇଥିଲେ ସାଇଙ୍କ ମାଆ । ପରେ ପରେ ନିଜେ ଅଭିନେତା ସାଇ ସତ୍ୟଜିତ୍ ପଣ୍ଡା ମଧ୍ୟ ଖଣ୍ଡଗିରି ଥାନାକୁ ଆସି ତାଙ୍କୁ ଧମକ ଦିଆଯାଉଛି କହି ମାଲିକ ନାଣ୍ଡୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ନାମରେ ଅଭିଯୋଗ କଲେ।

ଏହା ପରେ ଆକ୍ସନର ରିଆକ୍ସନ। ଏବେ ଖଣ୍ଡଗିରି ଥାନାକୁ ଆସିଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ । କିନ୍ତୁ ସେ ଅଭିନେତା ସାଇ ଓ ଅଭିନେତ୍ରୀ ପାୟଲଙ୍କ ବିରୋଧରେ କଲେ ପଲଟା ଅଭିଯୋଗ । ତାଙ୍କ ଯୁକ୍ତି ହେଲା, ସାଇ ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ବାଧ୍ୟ । ତାଙ୍କୁ ବାକି ଟଙ୍କା ସହ କ୍ଷତିପୂରଣ ଦେବାକୁ ହେବ । ଟଙ୍କା ଲୋଭରେ ସାଇ ମିଛ ଅଭିଯୋଗ କରି ଅନ୍ୟ ପାର୍ଟିକୁ ଯିବାକୁ ଚାହୁଁଥିବା ଅଭିଯୋଗ କରିଥିଲେ ନାଣ୍ଡୁ ।

ଏସବୁ ଭିତରେ ୬ ତାରିଖ ରାତିରେ ଆଉ ତୁଳସୀ ମଞ୍ଚକୁ ଚଢ଼ିଲେନି ଅଭିନେତା ସାଇ ଓ ଅଭିନେତ୍ରୀ ପାୟଲ । ଏହା ପରେ ଆସିଗଲା ଦର୍ଶକଙ୍କ ପାଳି ... ଆଉ ଆଗକୁ ଆସି ଯାତ୍ରା ଆୟୋଜକ .. ଦର୍ଶକ କହିଲେ ସାଇ ପାୟଲ ଆସିଲେନି, ଆମ ପଇସା ପାଣିରେ ପଡ଼ିଲା। ଆୟୋଜକ ଯାତ୍ରା କମିଟି ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର ଅଭିଯୋଗ ହେଲା ମାଲିକ -କଳାକାର କଳିରେ ଆମେ ଲସ୍ ଖାଉଛୁ । ଏମିତି କି ବାରଣ ସତ୍ତ୍ୱେ ସାଇ ମଞ୍ଚକୁ ସାପ ଆଣିଥିବା କହି ଭୁବନେଶ୍ବର ପାତ୍ରପଡ଼ା ରେଞ୍ଜ ଅଫିସରେ ମଧ୍ୟ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛି ଯାତ୍ରା କମିଟି ।

 

ଆଗକୁ ଘଟଣା କେଉଁ ମୋଡ଼ ନେବ ସେ କଥା ଭବିଷ୍ୟତ କହିବ। କିନ୍ତୁ ଏହାରି ଭିତରେ ଅନେକ ପ୍ରଶ୍ନ ? ମାଲିକ – କଲାକାରଙ୍କ କଳିର ପ୍ରକୃତ କାରଣ କଣ। ଆଗରୁ ଯାତ୍ରା କଳାକାର ଓ ମାଲିକ ସଙ୍ଘ ଇତ୍ୟାଦିର ବ୍ୟାନ୍ କଥା ଚର୍ଚ୍ଚା ବି ହୋଇଛି। ଗଣମାଧ୍ୟମରେ ବାଇଟ୍ –ବୟାନରୁ ଝଗଡ଼ା ଓ ଭୁଲମଗା ମଗିରୁ କୋଳାକୋଳିର ନାଟକ ବି ଦେଖିଛନ୍ତି ଲୋକେ। ସିନେମା ଭଳି ମେକ୍ କଣ୍ଟ୍ରୋଭର୍ସି- ଗେଟ୍ ହିଟ୍ ଭଳି ଜଲିଉଡ୍ କୁ ବିବାଦ କର ଫାଇଦା ନିଅ ଫର୍ମୁଲା ଘାରିନି ତ। ସତ ନାଟକ ମିଛ କଳାକାର ନା ମିଛ ନାଟକର ସତ କାର୍ପଟଦାର। ଏଭଳି ନାଟକ ତ ମାଲିକ କଳାକାର? ଏହା ସମୟ କହିବ।